ଯାଜପୁର, ୦୮/୧୨ (ସନ୍ଧାନ ନିୟୁଜ) ସମାଜ ରେ ଅବହେଳିତ ଅନାଥ ଶିଶୁ ଙ୍କ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ନହେଲେ ଭବିଷ୍ୟତ ଅନିଶ୍ଚିତତା ଓ ଅନେକ ସାମାଜିକ ସମସ୍ୟା ର କାରଣ ହୋଇଥାଏ। ଏହି ବିଚାର କୁ ସାଥିରେ ନେଇ care for u ର ସଦସ୍ୟ ମନେ ଦୁଇବର୍ଷ ପୂର୍ବରୁ ଆରମ୍ଭ କରିଛନ୍ତି ସୂର୍ଯ୍ୟଦୟ ଅଭିଯାନ। ଏହି ଅଭିଯାନ ରେ ଯାଜପୁର ର ସର୍ବପୁରାତନ ବାଳାଶ୍ରମ ଓ କନ୍ୟାଶ୍ରମ ରେ ଥିବା କୋମଳ ମତି ପିଲାଙ୍କ ଶିକ୍ଷା ଓ ଦକ୍ଷତା ପାଇଁ କରାଯାଉଛି ପ୍ରୟାସ।
ସମାଜ ରେ ଅନ୍ୟ ପିଲାଙ୍କ ପରି ଏହି ପିଲା ମାନେ ସମାନ ସୁବିଧା ପାଆନ୍ତୁ ଓ ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖନ୍ତୁ।
ଏଥିପାଇଁ ପ୍ରତିଦିନ ପିଲାଙ୍କୁ ସନ୍ଧ୍ୟା ଓ ସକାଳ ସମୟରେ ବିଦ୍ୟାଳୟ ପାଠ୍ୟକ୍ରମ ସହିତ, ନୃତ୍ୟ,ଯୋଗ ଓ ଦକ୍ଷତା ଭିତିକ ଶିକ୍ଷା ଦିଆଯାଇଥାଏ।
ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା ନେଇ ବଳାଶ୍ରମ ପରିସର ରେ care for u ର ସଭାପତି ସୁନିତା କରନ, ସଂପାଦିକା ରାଖୀ ଠାକୁର, ସଂଯୋଜକ ସରୋଜ ବେହେରା ସମେତ DCPO ନିରଞ୍ଜନ କର, ବଳାଶ୍ରମ ର ଶିକ୍ଷକ ପଚାଶ ରୁ ଅଧିକ ପିଲା ଯୋଗଦେଇଥିଲେ।
Care for u ର ଏହି କାର୍ଯ୍ୟକ୍ରମ ଯୋଗୁଁ ପିଲା ଙ୍କ ସର୍ବାଙ୍ଗୀନ ବିକାଶ ହେଉଛି ବୋଲି DCPO ମତ ଦେଇଥିବା ବେଳେ ବଳାଶ୍ରମ ର ପିଲା ମାନେ ଏହାକୁ ଉପଭୋଗ କରୁଛନ୍ତି ବୋଲି କହିଥିଲେ। ବାଳାଶ୍ରମ ର ପିଲା ମାନଂକ ମଧ୍ୟରୁ ଅନେକ ଭବିଷ୍ୟତ ରେ ବୀର ସୈନିକ, ଇଞ୍ଜିନିୟର ଓ ସମାଜ ସେବୀ ହେବେ ବୋଲି ମିଠା ଶ୍ୱର ରେ କହିଥିଲେ।
ଆଶ୍ରମ ର ପିଲାଙ୍କ ଭିତରେ ସଚେତନତା ର ପରିବର୍ତ୍ତନ ପାଇଁ ରୀତିମତ ଉଦ୍ୟମ ଜାରିରହିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ରେ ପିଲାଙ୍କୁ ଖେଳ ସାମଗ୍ରୀ ଯଥା କ୍ୟାରମ ଚେସ ପ୍ରବୃତ୍ତି ପ୍ରଦାନ କରାଯାଇଥିଲା।
ଏହା ସହିତ ମାଟ୍ରିକ ପରୀକ୍ଷା ରେ ଭଲ କରିବା ର ପ୍ରୟାସ ରେ ଆଉ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇଛି।
Care for u ର ଅନିତା ରାୟ, ସୋନିଆ ସିଂହ, ପିଙ୍କି ତ୍ରିପାଠୀ,s k aslam, sanjev mishra ସାମାଜିକ ସେବା ପାଇଁ ସୁଯୋଗ ଦେଉଥିବାରୁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେଇଥିଲେ।## Report- Prasanta Samal