ମିଶନ ଶକ୍ତି ଇ-ପୋର୍ଟାଲର ଶୁଭାରମ୍ଭ କରି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର, ୨୨/୧୨/୨୦୨୧ (ସନ୍ଧାନ ନିଉଜ): ଆଜି ମିଶନ ଶକ୍ତି ଇ-ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ପାଇଁ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି ନବୀନ । ଏଣିକି ଏସଏଚଜି ମହାସଂଘ ଇସି ସଦସ୍ୟ ମାନଙ୍କୁ ମିଳିବ ମିଟିଂ ଓ ଗସ୍ତ ଖର୍ଚ୍ଚ । ଏହା ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି । ଏହା ସହିତ ପ୍ରତି ଜିଲ୍ଲାରେ ମିଶନ ଶକ୍ତି ଭବନ ତିଆରି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପାଇଁ ୧କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଅନ୍ୟପଟେ ମିଶନ ଶକ୍ତି ଇ-ପୋର୍ଟାଲ ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ନିଜ ଦ୍ରବ୍ୟ ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ବିକ୍ରି କରିପାରିବେ । ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ଉତ୍ପାଦ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏହି ଇ-ପୋର୍ଟାଲର ଶୁଭାରମ୍ଭ କରିଥିବା ସୂଚନା ମିଳିଛି ।

Related Posts

About The Author

Add Comment