ମିଆଦୀ ସରୁନି ରାସ୍ତା ଶୋଚନୀୟ ହାଇଗଲାଣି: ପୁଣି ସରକାର ଠିକାଦାର ପୋଷିବାକୁ ଠାଣି ଦେଲେଣି

Spread the love

         ବଳରାମପୁର ତଳଗଡ଼ ମୁଖ୍ୟ କଂକ୍ରିଟ ରାସ୍ତା ଶୋଚନୀୟ

                ଜେନାପୁର: ୧୯/୦୧(ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)

ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ର ବଳରାମପୁର ତଳଗଡ଼ ଗ୍ରାମ ମଧ୍ୟଦେଇ ଯାଇଥିବା ମୁଖ୍ୟ କଂକ୍ରିଟ ରାସ୍ତା ଦିନକୁ ଦିନ ଶୋଚନୀୟ ହେବାର ଲାଗିଛି । ଗ୍ରାମ ମଧ୍ୟ ଦେଇ ଯାଇଥିବା ଏହି କଂକ୍ରିଟ ରାସ୍ତାରୁ ଚିପ୍ସ ଉଠି ରାସ୍ତାରେ ଖାଲ ଖମା ସୃଷ୍ଟି ହେବାସହ ରାସ୍ତାରେ ଫାଟ ସୃଷ୍ଟି ହୋଇଥିବାରୁ ଯାତାୟତ ରେ ବହୁ ସମସ୍ୟା ଉପୁଜୁଛି । ଏହି ରାସ୍ତାଟି ୫୩ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସହ ନିକଟସ୍ଥ ବିଭିନ୍ନ ଗ୍ରାମକୁ ମଧ୍ୟ ସଂଯୋଗ କରୁଥିବାରୁ ଏହି ରାସ୍ତାଉପରେ ୧୦-୧୨ଟି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ଏହା ସହ ଏହି ରାସ୍ତାରେ ସ୍କୁଲ, କଲେଜକୁ ଛାତ୍ର ଛାତ୍ରୀ ଯିବାସହ ଗ୍ରାମର ଛୋଟ ଛୋଟ ପିଲା ମଧ୍ୟ ଅଙ୍ଗନବାଡି ଓ ଗ୍ରାମରେ ଥିବା ଏକ ସ୍କୁଲକୁ ଯିବାଆସିବା କରିଥାନ୍ତି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ସଂଖ୍ୟା ରେ ଗାଡିମଟର ଯିବା ଆସିବା କରିବା ସହ ଜରୁରୀ କାଳୀନ ଗାଡ଼ି ମଧ୍ୟ ଯିବାଆସିବା କରୁଛି । ସ୍ଥାନୀୟ ପଥର ଖାଦାନରୁ ଦୈନିକ ସ୍ପଲ,ମେଣ୍ଟାଲ,ଚିପ୍ସ, ଇତ୍ୟାଦି ଏହି ରାସ୍ତା ଦେଇ ଯାଆଆସ କରିଥାନ୍ତି ।ଯାହାଦ୍ୱାରା ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଦୃଘଟଣା ଘଟୁଥିବା ସହ ସାମାନ୍ୟ ବର୍ଷା ରେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ଦୃଘଟଣା କୁ ଦ୍ଵିଗୁଣୀତ କରୁଛି । ଉକ୍ତ ଅଞ୍ଚଳରେ ଅଳ୍ପ କିଛିବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା କୁ ଏକାଧିକ ଥର ମରାମତି କାର୍ଯ୍ୟ କରାଯାଉଥିବା ସହ  ସ୍ଥାନୀୟ କିଛିଅଞ୍ଚଳରେ କଂକ୍ରିଟ ରାସ୍ତା ସମ୍ପୂର୍ଣ୍ଣ ଠିକ ଥିବା ବେଳେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ତାଉପରେ ପୁଣିଥରେ ନୂତନ ଭାବେ କଂକ୍ରିଟ କରାଯାଉଥିବାରୁ ବଡ଼ ବଡ଼ ଠିକାଦାରଙ୍କୁ ପୋଷିବା ନୀତି ଚାଲୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।  କିନ୍ତୁ ବିଡମ୍ବନା ର ବିଷୟ ଉକ୍ତ ବଳରାମପୁର ତଳଗଡ଼ ଗ୍ରାମର ମଧ୍ୟ ଦେଇ ହୋଇଥିବା ପ୍ରାୟ ଏକ ହଜାର ମିଟର ଲମ୍ବର ଉକ୍ତ କଂକ୍ରିଟ ରାସ୍ତାଟି ଦୀର୍ଘ ୮-୧୦ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କେବେବି ମରାମତି ହୋଇନଥିବା ନେଇ ଅଭିଯୋଗ ହେଉଛି । ଆହୁରି ଆଶ୍ଚର୍ଯ୍ୟର ବିଷୟ ଏହି କଂକ୍ରିଟ ରାସ୍ତାରେ ସୃଷ୍ଟି ହୋଇଥିବା କିଛି ଖାଲକୁ ପିଚୁ ପକାଯାଇ ତାଳିପକା ମରାମତି କରାଯାଇଥିବା ଦେଖାଯାଇଛି ।  ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ରାସ୍ତାର ପୁନରୁଦ୍ଧାର କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Related Posts

About The Author

Add Comment