ଚାନ୍ଦବାଲି, 13/04 ( ସନ୍ଧାନ ନ୍ୟୁଜ୍) ସୂଚନା ଅନୁଯାୟୀ ଗତ କାଲି କିଛି ଯାତ୍ରୀ ବାବା ଆଖଣ୍ଡଳମଣି ଦର୍ଶନ ନିମନ୍ତେ ଆସିଥିଲେ ବେଳେ ଆରଡ଼ି ପୋଲିସ ଙ୍କ ମାସ୍କ ଚେକିଂ ବେଳେ ସେମାନଙ୍କୁ ଅଟକା ଯାଇଥିଲା। ଜଣେ ଯୁବକ ଙ୍କ ସହ ସାମାନ୍ୟ ଯୁକ୍ତି ତର୍କ ହେବା ସମୟ ରେ ଏହାର ଭିଡିଓ ଉତ୍ତୋଳନ ସମୟରେ ଆରଡ଼ି ଫାଣ୍ଡି ର ସମ୍ପୁର୍ଣ୍ଣ କର୍ମଚାରୀ ଉକ୍ଷୀପ୍ତ ହୋଇ ଉଠି ଥିଲେ। ଏବଂ ଏହି ଭିଡିଓ ସୁଟିଂ କୁ ପ୍ରତିରୋଧ କରି ଭିଡିଓ ଉତ୍ତୋଳନ କରୁଥିବା ଯୁବକକୁ ଗୋଡ଼ାଇ ଗୋଡ଼ାଇ କାବୁ କରି ନେଇଥିଲେ ଏବଂ ବିଭିନ୍ନ ଦଫା ମଧ୍ୟ ଲଗାଇଥିଲେ। ସୂଚନା ଅନୁଯାୟୀ ଗତ ଶନିବାର ଦିନ ବେତାଳି ଗାଁ ର ଏକ ପରିବାରଙ୍କ ସହ ରହୁଥିବା ଶୁଭରଞ୍ଜନ ମେକାପ ନାମକ ଯୁବକ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧିନସ୍ଥ ଅରଦାଳୁଆ ଗାଁର, ସେ ଶନିବାର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆରଡି ଫାଣ୍ଡି ନିକଟରେ ପୋଲିସ ମାସ୍କ ଚେକିଂ କରୁଥିଲା। ଫାଇନ୍ ଆଦାୟ ବେଳେ ଫାଣ୍ଡି ବାବୁଙ୍କ ସହ ଫାଇନ ଆଦାୟ ର ନିୟମ ବିଷୟରେ ପଚାରିବାରୁ ଅଧିକ ଯୁକ୍ତିତର୍କ ହୋଇଥିବା ଏବଂ ଏହି ସମୟରେ ଉକ୍ତ ଯୁବକ ଜଣଙ୍କ ନିଜ ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରିଥିଲେ। ଏତିକରୁ ପୋଲିସ୍ ବାବୁ ମାନେ ଉତ୍କ୍ଷୀପ୍ତ ହୋଇ ଉକ୍ତ ଯୁବକ କୁ ମାଡ଼ ମାରିବା ସହ ଉକ୍ତ ଯୁବକ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିଥିବା ବେଳେ ଫାଣ୍ଡି ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। । ସବୁଠାରୁ ଏଠାରେ ଗୁରୁତ୍ଵ ପୂର୍ଣ୍ଣ ବିଷୟ ହେଉଛି ଭାଇରାଲ୍ ହୋଇଥିବା ଭିଡିଓଟି ଶନିବାରର । ତେବେ ନୂଆ ନିୟମ ଅନୁଯାୟୀ ଏଣିକି ମାସ୍କ ପିରଧାନ କରିନଥିଲେ ୨୦୦୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । କିନ୍ତୁ ଭିଡିଓରେ ପୋଲିସ ଅଧିକାରୀ ଜଣଙ୍କ ୫୦୦ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି । ଲୋକଙ୍କୁ ସତର୍କ ଓ ସଚେତନ କରିବା ଉଦ୍ଦେଶ୍ୟରେ ଜରିମାନା ରାଶିରେ ବୃଦ୍ଧି କରାଯାଇଛି । ଏଭଳି ସମୟରେ ଥାନା ବାବୁ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ୫୦୦ ଟଙ୍କା ମାଗୁଥିଲେ ତାହା ଏବେ ପ୍ରଶ୍ନ ଘେରରେ । ଶେଷର ଉକ୍ତ ଯୁବକ ର ମା ଏସ ପି ଅଫିସ୍ ରେ ଦ୍ବାରସ୍ଥ ହେବା ସହ ଆଗାମୀ ଦିନରେ ଯଦି ତାଙ୍କୁ ନ୍ୟାୟ ନ ମିଳେ ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି। ଆରଡ଼ି ପୋଲିସ ର ଏଭଳି ଅମାନୁଷିକ କାର୍ଯ୍ୟକୁ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ବିଭିନ୍ନ ମହଲରେ ପୋଲିସ୍ ର ମାଡ଼ ମାରିବା ଅଧିକାର କିଏ ଦେବା ପାଇଁ ପ୍ରଶ୍ନ ବାଚି ସୃଷ୍ଟି କରିଛି। ତେବେ ଭଦ୍ରକ ଏସ ପି ପୋଲିସ ଅଧିକାରୀଙ୍କ ଅନ୍ୟତ୍ର ବଦଳି କରିଥିବା ଜଣାଯାଇଛି I
ମାସ୍କ ଚେକିଂ ନାଁ ରେ ଆରଡ଼ି ପୋଲିସ୍ ର ଦାଦାଗିରିଘଟଣା: ପୋଲିସ ଅଧିକାରୀଙ୍କ ଅନ୍ୟତ୍ର ବଦଳି
|
April 13, 2021 |