ବାରିପଦା ୪/୮(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଦୀର୍ଘ ଦିନ ଦାବି ପରେମୟୂରଭଞ୍ଜ ଜିଲ୍ଲାରେ ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ବାରିପଦା ଡିଏଫଓ ସ୍ଵୟମ୍ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ରେଞ୍ଜର ଭାଲିଆଠାରେ ଏକ ବାଉଁଭ ପ୍ରକ୍ରିୟାକରଣ କେନ୍ଦ୍ର (ବାୟୋ ଟ୍ରିଟମେଣ୍ଟ ସେଣ୍ଟର) ଖୋଲାଯାଉଛି। ନିର୍ମାଣକାର୍ଯ୍ୟ ତୁରନ୍ତ ସାରିବାକୁ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବନପାଳ ସୁଶାନ୍ତ କୁମାର ବାଗ ଓ ବନ କର୍ମଚାରୀମାନଙ୍କୁ ଦିଆଯାଇଛି ଦାୟିତ୍ବ । ଚଳିତ ମାସ ଶେଷସୁଦ୍ଧା ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛି ବନବିଭାଗ ମୟୂରଭଞ୍ଜର ଜୀବନ ଜୀବିକା ସହ ଜଡ଼ିତ ବାଉଁଶ। ଜିଲ୍ଲାର ହଜାର ହଜାର ଲୋକଙ୍କୁ ରୋଜଗାର ଦିଏ ବାଉଁଶ ଶିଳ୍ପ ସେମାନେ ନିଜ ଉଦ୍ୟମରେ ବାଉଁଶ ପ୍ରକ୍ରିୟାକରଣ କରି ବିଭିନ୍ନ ସାମଗ୍ରୀ ତିଆରି କରିଛି । ତେବେ ଜିଲ୍ଲାରେ ବାଉଁଶ ଶିଳ୍ପର ବିସ୍ତାର ପାଇଁ ଢେର ସୁଯୋଗ ଥିଲେ ବି ଏଥିପ୍ରତି ଗୁରୁତ୍ବ ଦିଆଯାଉନଥିଲା । ତେବେ ଦୀର୍ଘ ଦିନର ଦାବି ପରେ ବାଉଁଶ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ପାଇଁ ଆଗ୍ରହ ଦେଖାଇ ଏହି ପ୍ରକଳ୍ପକୁ ମଞ୍ଜୁର ଦେଇଛି ଓଡ଼ିଶା ବନବିଭାଗ ୧୨ ଲକ୍ଷ ଟଙ୍କା ବିନିମୟରେ ଏହି ପ୍ରକ୍ରିୟାକରଣ କେନ୍ଦ୍ରଟି ତିଆରି ହେଉଛି । ଏହି କେନ୍ଦ୍ରରେ ବାଉଁଶକୁ କାଟିବା, ଶୋକିବା, ଚିରିବା, ପାତି ବନାଇବା, ପଲିସ କରିବା, ଗ୍ରାଇଣ୍ଡ୍ରି କରିବା ଆଦି କାମ ପାଇଁ ଅତ୍ୟାଧୁନିକ ମେସିନ ସବୁ ଉପଲବ୍ଧ ହେବ । ବୈଷୟିକ ତାଲିମ ପରେ ଏଠାରେ ୧୫୦ରୁ ୨୦ ପର୍ଯ୍ୟନ୍ତ କାରିଗର ନିଜ କୌଶଳରେ ବାଉଁଶ ସାମଗ୍ରୀ ତିଆରି କରିପାରିବେ । ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯିବା ଫଳରେ ବାଉଁଶରେ ସୂକ୍ଷରୁ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇ ପାରିବ ଏହି କାରିଗରମାଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ସାହାଯ୍ୟ କରିବ ଜାତୀୟ ବାୟୋ ମିଶନ ସୂଚନାଯୋଗ୍ୟ ଜିଲ୍ଲାରେ ବାଉଁଶ ଶିଳ୍ପର ସମ୍ଭାବନା ସମ୍ପର୍କିତ ତଥ୍ୟଭିତ୍ତିକ ଖବର ସମ୍ବାଦରେ ନିୟମିତ ପ୍ରକାଶ ପାଇ ଆସୁଥିଲା । ତେଣୁ ବିଳମ୍ବରେ ହେଲେ ବି ଏହି ପ୍ରକ୍ରିୟାକରଣ କେନ୍ଦ୍ର ବାଉଁଶ କାରୀଗରଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ଆଶା ରହିଛି । ତେବେ ଏପରି କେନ୍ଦ୍ର ପ୍ରତ୍ୟେକ ଗ୍ରାମରେ କରାଗଲେ ଶହଶହ ବାଉଁଶ କାରିଗରି ଉପକୃତ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା ରହିଛି।