ମାଳ ଗ୍ରାମରେ ମା’ ଘଣ୍ଟେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଯଜ୍ଞ ଆରମ୍ଭ

Spread the love

ଜେନାପୁର/୧୧/୪ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ମାଳ ଗ୍ରାମରେ ଆଧ୍ୟାତ୍ମିକ ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟେଶ୍ୱରୀଙ୍କ ପ୍ରଥମ ବାର୍ଷିକ ଯଜ୍ଞ ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି।

​ଶୁକ୍ରବାର ଅପରାହ୍ନରେ ଅତ୍ୟନ୍ତ ନିଷ୍ଠା ଓ ପରମ୍ପରା ଅନୁଯାୟୀ, ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମିଳିତ ଭାବେ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କୀର୍ତ୍ତନ ବାଜା ବାଣ ଘଣ୍ଟ ହରିବୋଲ ହୁଳହୁଳି ସହିତ ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଜଳ ସଂଗ୍ରହ କରାଯାଇ ପୂଜାସ୍ଥଳକୁ ଅଣାଯିବା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା। ପଣ୍ଡିତଙ୍କ ବେଦମନ୍ତ୍ର ଓ ହୋମ-ଯଜ୍ଞର ଆହୁତିରେ ସମଗ୍ର ମାଳ ଗ୍ରାମ ତଥା ଏଣ୍ଡଳବା ପଞ୍ଚାୟତ ଅଞ୍ଚଳରେ ଏକ ପବିତ୍ର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

ବିଶ୍ୱଶାନ୍ତି ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବ ପାଇଁ ମା’ଙ୍କ ପୀଠକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ, ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଆଗାମୀ ଦିନରେ ଏଠାରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ଭକ୍ତିର ଲହରୀ ଖେଳିଯାଇଛି

Related Posts

About The Author

Add Comment