ମାଲକାନାଗିରି: ମାଓ ଭୟରେ ୧୫ଟି ବୁଥ୍ ରେ ଦେଲେନି ଭୋଟ

Spread the love

ମାଲକାନାଗିରି ୧୧/୪ (ସନ୍ଧାନ ନିୟୁଜ) ମାଲକାନାଗିରି ଜିଲ୍ଲାର ମାଲକାନାଗିର ଓ ଚିତ୍ରକୁଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ୫୪୦ ଭୋଟକେନ୍ଦ୍ର ଖୋଲାଯାଇଥିଲା। ଏଥିମଧ୍ୟରୁ ଚିତ୍ରକୁଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ୧, ଯୋଡ଼ାମ୍ବ- ୨, ଅଣ୍ଡ୍ରାପାଲ୍ଲୀ, ଯନ୍ତ୍ରୀ, ସିଙ୍ଗୋଡ଼ି. ପଣସପୁଟ, ଗୋରାସେତୁ, ହାଣ୍ଡିଖାଲ, ସଙ୍ଗେଲ ଏହି ୯ଟି ବୁଥ କୁନ୍ତୁରୁ ପଦରର ବିଏସ୍ଏଫ କ୍ୟାମ୍ପ ପରିସରରେ କରାଯାଇଥିଲା। ମାଓବାଦୀମାନଙ୍କ ଭୟରେ ସ୍ୱାଭିମାନ ଅଞ୍ଚଳବାସୀ ଭୋଟ ଦେବାକୁ କେହି ଆସିନଥିବାରୁ ଏହି ୯ଟି ବୁଥରେ ମତଦାନ ଶୂନ ଥିଲା। ଠିକ୍ ସେହିପରି ଚିତ୍ରକୁଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଅନ୍ତର୍ଗତ ମାଥିଲି ବ୍ଲକର ଟେମୁରୁପାଲି ୧, ଟେମୁରୁପାଲି ୨, ଏଫ୍ ବି, ଧାକଡ଼ରାଶି, ଚମଡ଼ା ରାଶି ସାନଗୁମା ଟିମୁସପୁଟରେ ୧୫ଟି ବୁଥରେ ମାଓବାଦୀଙ୍କ ଭୟରେ କେହି ଭୋଟ ଦେବାକୁ ଆସିନଥିଲେ। ମାଲକାନାଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଏବଂ ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ମତଦାନ କେନ୍ଦ୍ର ହୋଇଥିଲା। ଏହି ୨୪୩ ଟି ମତଦାନ କେନ୍ଦ୍ରରୁ ୧୫ଟି ବୁଥ୍ ରେ ମାଓବାଦୀଙ୍କ ଭୟରେ ମତଦାନ ହୋଇନଥିଲା।

Related Posts

About The Author

Add Comment