ମାଲକାନଗିରିର ପ୍ରଥମ ଆଦିବାସୀ ଝିଅ ପାଇଲଟ ହେଲେ
ମାଲକାନଗିରି:୮/୯ (ସନ୍ଧାନ ନିୟୁଜ) ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଝିଅ ପାଇଲଟ ତାଲିମ ପାଇବା ପରେ ଏକ ଘରୋଇ ଏୟାର ଲାଇନ୍ସରେ କୋ- ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ପୁଲିସରେ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମାରିନିୟସ ଲାକ୍ରା ଓ ତାଙ୍କ ପତ୍ନୀ ଜାମାଜ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା ଲାକ୍ରା ମାଲକାନଗିରି ଦୀପ୍ତି କନଭେଣ୍ଟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସେମିଳିଗୁଡ଼ା ଜୀବନ ଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ଭୁବନେଶ୍ୱରରେ କିଛିଦିନ ଇଞ୍ଜିନିୟରିଂ କରିବା ପରେ ଜଣେ ପାଇଲଟ୍ ହେବାର ନିଶା ମନରେ ଆସିଥିଲା। ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ି ଭୁବନେଶ୍ୱର ଗୋତି ଇନଷ୍ଟିଚ୍ୟୁଟରେ ତାଲିମ ପାଇ ଆବେଦନ କରିଥିଲେ। ପରେ ଦିଲ୍ଲୀ, ବାଙ୍ଗାଲୁର ଓ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଇଲଟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବା ପରେ ଯୋଗ୍ୟ ବିବେଚିତ ହୋଇ ୨୦୧୨ ମସିହାରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ।
Related Posts
About The Author