ଭୁବନେଶ୍ବର, ୧୯/୧୨ (ସନ୍ଧାନ ନିଉଜ) : ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ଜାନୁଆରି ତୃ୍ତୀୟ ସପ୍ତାହରୁ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ବିଧିବଦ୍ଧ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ମାର୍ଚ୍ଚ ୨ ତାରିଖଠାରୁ ଥିଓରି ପରୀକ୍ଷା ଆରମ୍ଭ ହୋଇ ୩୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଥର ପରି ଏଥର ବି ଗୋଟିଏ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ହେବ। ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ୧୫ ପରେ ଆରମ୍ଭ କରିବାକୁ ଯୋଜନା ହୋଇଛି।
ମାର୍ଚ୍ଚ ୨ରୁ ଯୁକ୍ତ୨ ପରୀକ୍ଷା
|
December 19, 2019 |
![](https://sandhannews.com/wp-content/uploads/2019/12/image-3-1.png)