ମା’ଭଦ୍ରକାଳୀଙ୍କ ସପ୍ତମାତୃକା ବେଶୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

Spread the love

ଭଦ୍ରକ,୧୭/୧୦ (ସନ୍ଧାନ ନିୟୁଜ)- ଭଦ୍ରକର ଅଧିଷ୍ଠତ୍ରୀ ଦେବୀ ପରମବୈଷ୍ଣବୀ ମା’ ଭଦ୍ରକାଳୀ କାଳିପୂଜା ଅବସରରେ ସପ୍ତମାତୃକା ବେଶରେ ପୂଜା ପାଇଥାନ୍ତି । ମା’ଙ୍କର ସପ୍ତମାତୃକା ବେଶ ସହିତ ପିଠାରେ ବିଶ୍ୱଶାନ୍ତି ମହାଯଜ୍ଞ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମା’ଙ୍କ ବେଶ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ ଏହି ସପ୍ତଦିବସ ବ୍ୟାପୀ ମା’ଙ୍କ ସ୍ୱତନ୍ତ୍ର ପୂଜାନୀତି ସୁପରିଚାଳନା ନିମନ୍ତେ ଆଜି ମା’ଙ୍କ ପୀଠରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତ ୨୭ ତାରିଖର ମା’ଙ୍କର ବେଦମାତୃକା ବେଶ ସହିତ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ କରାଯାଇ ନଭେମ୍ବର ୨ ତାରିଖରେ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇ ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ମା’ଙ୍କର ଏହି ସପ୍ତମାତୃକା ବେଶ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ ରଖି ରାସ୍ତାଘଟର ମରାମତି, ମନ୍ଦିର ବେଢାକୁ ପରିଷ୍କାର ପରିଚ୍ଛନ୍ନ କରାଯିବା, ବେଢା ଆଲୋକୀକରଣ, ସୁଦୃଶ୍ୟ ତୋରଣ ନିର୍ମାଣ, ପାନୀୟ ଜଳର ସୁବନ୍ଦୋବସ୍ତ, ଶୌଚାଳୟର ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନେବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଚଳିତବର୍ଷ ମା’ଙ୍କର ଦୈନନ୍ଦିନ ବେଶ, ଯଜ୍ଞ ମଣ୍ଡପର ସାଜସଜ୍ଜା ଓ ପରିଚାଳନ ତଥା ପୂଜାର ରୀତିନୀତିକୁ ସଠିକ୍ ଭାବେ ନିର୍ବାହ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ୭ ଦିନ ଧରି ମା’ଙ୍କ ପୀଠରେ ଭଜନ, ସଂକୀର୍ତ୍ତନ, ପ୍ରବଚନ, ଗୀତାପାଠ, ଶପ୍ତସତୀ ଚଣ୍ଡୀ ପାଠ, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମନ୍ତେ ସେବାୟତମାନଙ୍କ ମଧ୍ୟରେ ଭାଗିରଥୀ ଦୀକ୍ଷିତ, ଅନୁଗ୍ରହ ନାରାୟଣ ଦୀକ୍ଷିତ, ରସାନନ୍ଦ ଦୀକ୍ଷିତ, ମଦନ ମୋହନ ଦୀକ୍ଷିତ, ପଞ୍ଚାନନ ଦୀକ୍ଷିତ, ମନ୍ଦରଧର ଦୀକ୍ଷିତ, ସୁବ୍ରତ ଦୀକ୍ଷିତ, ନିକୁଞ୍ଜ ଦୀକ୍ଷିତ, ପ୍ରଦୀପ୍ତ ପଣ୍ଡା, ଶରତ ପଣ୍ଡା, ନିତ୍ୟାନନ୍ଦ ଦୀକ୍ଷିତ, ପ୍ରଶାନ୍ତ ଦୀକ୍ଷିତ, ବିଜୟ ଦୀକ୍ଷିତ, ଶେଖର ମହାପାତ୍ର, ନିରଞ୍ଜନ ଦୀକ୍ଷିତ, ମଦୁସୂଦନ ଦୀକ୍ଷିତ, ହରେକୃଷ୍ଣ ଦୀକ୍ଷିତ ଏବଂ ସରପଞ୍ଚ ବିଶ୍ୱାନଥ ନାୟକଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ ମନ୍ଦି ପରିଚାଳନା କମିଟିର ସଭ୍ୟ ଏବଂ ସେବାୟତମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

Report Ramesh Nayak

Related Posts

About The Author

Add Comment