ମାନସିକ ବିକାରଗ୍ରସ୍ତ ପୁଅକୁ ହତ୍ୟା କଲା ଜନ୍ମକଲା ମା’

Spread the love

ନୟାଗଡ଼, ୨୪/୦୮(ସନ୍ଧାନ ନିୟୁଜ): ନିଜ ପୁଅକୁ ହାଣି ହତ୍ୟା କଲା ଜନ୍ମକଲା ମା’ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ସୂଚନା ଅନୂସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକ ପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅ ମାନସିକ ବିକାରଗ୍ରସ୍ତ ଥିବା ବେଳେ ପ୍ରତିଦିନ ନିଜ ବୃଦ୍ଧ ମା’ ବାପାଙ୍କୁ ଅକଥନୀୟ ଅତ୍ୟାଚାର କରିଆସୁଥିଲା । ଯାହାକୁ ନେଇ ପ୍ରତିଦିନ ଘରେ ଝଗଡା ଲାଗିରହୁଥିଲା । ମାତ୍ର ଅତ୍ୟାଚାର ଅସହ୍ୟ ହୋଇପଡିବାରୁ ମା’ ନେଇଛି ଚରମ ନିଷ୍ପତି ।

ନାହାକ ପଡା ଗାଁର ମାନସିକ ବିକୃତ ବସନ୍ତ ବେହେରାଙ୍କୁ ତାଙ୍କର ମା’ ସର ବେହେରା କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣା ପଡ଼ିଛି । ମାନସିକ ବିକୃତ ବସନ୍ତ ନିଜ ମା’ଙ୍କୁ ନିୟମିତ ଭାବେ ହଇରାଣ ହରକତ କରୁଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତି ନେଇଛନ୍ତି ବସନ୍ତଙ୍କ ମା’ ସର ବେହେରା ।

ଖୋଦ୍ ବସନ୍ତଙ୍କ ମା’ ନିଜ ଅପରାଧକୁ ମଧ୍ୟ ସ୍ୱୀକାର କରିଥିବା ଜଣା ପଡ଼ିଛି । ଘଟଣା ସମୟରେ ସରଙ୍କ ସ୍ୱାମୀ ଉପସ୍ଥିତ ଥିଲେ । ବସନ୍ତଙ୍କ ନିର୍ଯାତନାର ଶିକାର ହୋଇ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଘରୁ ଛାଡ଼ି ଚାଲି ଯାଇଥିଲେ ।ତେବେ ଏହି ହତ୍ୟାକାଣ୍ଡ ପରେ ବସନ୍ତଙ୍କ ମା’ ନିଜ ଅପରାଧ ସ୍ୱିକାର କରିଥିବା ଦଶପଲ୍ଲା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Related Posts

About The Author

Add Comment