ଜେନାପୁର, ୦୯/୦୮/୨୦ (ସନ୍ଧାନ ନିଉଜ) : କରୋନାର ଭୟ ଏବେ ସବୁଆଡେ ବ୍ୟାପି ଯାଇଛି। କରୋନା ଭୁତାଣୁ ଭୟରେ ବାପର ଶବକୁ ପୁଅ କାନ୍ଧ ଦେବାକୁ ପଛଘୁଞ୍ଚା ଦେଉଛି। କରୋନା ସନ୍ଦେହରେ ଗାଁ ଲୋକଙ୍କ ପ୍ରତିବାଦରେ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ନପାରି ମରୁଛି। ଶବ ମରିପଡିଲେ କେହି ଉଠାଇବାକୁ ନଆସି ପ୍ରଶାସନକୁ ଖବର ଦିଆଯାଉଛି। ଆଉ ଶବ ଘଣ୍ଟାଘଣ୍ଟା ପଡିରହିବା ଏବେ ଏକ ପ୍ରମୁଖ ଖବର ହୋଇଛି। ଏପରି ସମୟରେ ଗୋଟିଏ ଶବକୁ କେହି କାନ୍ଧ ଦେବାକୁ ନଆସିବା ବେଳେ ପଂଚାୟତର ଯୁବ ସରପଞ୍ଛ ମାନବିକତା ଆଧାରରେ ଶବକୁ କାନ୍ଧ ଦେବାକୁ ଅଣ୍ଟା ଭିଡି ବାହାରି ଆସିବା ପଂଚାୟତରେ ଏବେ ଅଲୋଚ୍ୟର ବିଷୟ ହୋଇଛି
ମାନବିକତା ପାଖରେ ହାର ମାନିଲା କରୋନା ଭୟ, ଅଛୁଆଁ ଶବକୁ କାନ୍ଧ ଦେଲେ ସରପଞ୍ଚ
|
August 10, 2020 |