କୋରାପୁଟ ; ତା୧୮-୧୧(ସନ୍ଧାନ ନିୟୁଜ) : ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଉଦଘାଟିତ ହୋଇଯାଇଛି ।୭ ମାସରୁ ୩ ବର୍ଷର ଶିଶୁମାନଙ୍କୁ ଦିନକୁ ୭ ରୁ ୮ ଘ. ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କର ଖାଦ୍ୟପେୟର ଯତ୍ନ ନିଆଯିବା ସହ ଶାରୀରିକ ଓ ମାନସିକ ବିକାଶ ଏବଂ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଅଧିକା ଧ୍ୟାନ ଦିଆଯିବ ବୋଲି ଜଣାପଡିଛି ।ପରୀକ୍ଷାମୂଳକ ଭାବେ କୋରାପୁଟ ସଦରବ୍ଲକରେ ୧୫ ଟି ଓ ଦଶମନ୍ତପୁର ବ୍ଲକରେ ୧୫ ଟି ଶିଶୁଗୃହ ଖୋଲାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ପ୍ରକାଶ କରିଛନ୍ତି ।ମାନବାରଠାରେ ଆମ ଶିଶୁଗୃହକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଆନୁଷ୍ଟାନିକଭାବେ ଉଦଗାଟନ କରିଥିଲେ ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟକାରୀତା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ପୋଷଣ ପରିଚାଳିକା ମମତା ମହାନ୍ତି , ମିଶନଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପିଏଚଆରଏସର କର୍ମକର୍ତାମାନେ ଯୋଗଦେଇ ପରିଚାଳନା କରିଥିଲେ ।
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



