କୋରାପୁଟ ; ତା୧୮-୧୧(ସନ୍ଧାନ ନିୟୁଜ) : ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଉଦଘାଟିତ ହୋଇଯାଇଛି ।୭ ମାସରୁ ୩ ବର୍ଷର ଶିଶୁମାନଙ୍କୁ ଦିନକୁ ୭ ରୁ ୮ ଘ. ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କର ଖାଦ୍ୟପେୟର ଯତ୍ନ ନିଆଯିବା ସହ ଶାରୀରିକ ଓ ମାନସିକ ବିକାଶ ଏବଂ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଅଧିକା ଧ୍ୟାନ ଦିଆଯିବ ବୋଲି ଜଣାପଡିଛି ।ପରୀକ୍ଷାମୂଳକ ଭାବେ କୋରାପୁଟ ସଦରବ୍ଲକରେ ୧୫ ଟି ଓ ଦଶମନ୍ତପୁର ବ୍ଲକରେ ୧୫ ଟି ଶିଶୁଗୃହ ଖୋଲାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ପ୍ରକାଶ କରିଛନ୍ତି ।ମାନବାରଠାରେ ଆମ ଶିଶୁଗୃହକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଆନୁଷ୍ଟାନିକଭାବେ ଉଦଗାଟନ କରିଥିଲେ ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟକାରୀତା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ପୋଷଣ ପରିଚାଳିକା ମମତା ମହାନ୍ତି , ମିଶନଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପିଏଚଆରଏସର କର୍ମକର୍ତାମାନେ ଯୋଗଦେଇ ପରିଚାଳନା କରିଥିଲେ ।
ତାଜା ଖବର
- ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ : ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେପି ,ବିଜେଡି ଓ କଂଗ୍ରେସ ପ୍ରମୁଖ ତିନି ଦଳ ର ସଂଗଠନ ଅସଜଡ଼ା !
- କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ
- ହୁଟୁପାନି ଗ୍ରାମରୁ ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ, ୫୧୦ କେଜି ମହୁଲ ଫୁଲ ଜବତ
- ତଳସରା ଗ୍ରାମରେ ଜମୁଛି ଜୁଆ ଆଡ୍ଡା
- ବିଗତ ଦିନର ବାଇକ ଦୁର୍ଘଟଣା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଘଟଣା ତଦନ୍ତ ଘେରରେ
- ବୁଲାଣି ରାସ୍ତା ରେ ବାଇକ ଦୁର୍ଘଟଣା ଜଣେ ମୃତ୍ୟୁ ଦୁଇ ଆହତ, ତଲସରା ଥାନା ରେ ଅଭିଯୋଗ
- ଗ୍ରାମ୍ୟ ଜୀବନ ଦର୍ଶନ କାର୍ଯ୍ୟକ୍ରମ
- ତଳସରା ଥାନା ପକ୍ଷରୁ “ଶିଶୁ ସାଥୀ ” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପାଖରେ ସୋଲାର ପମ୍ପ ଥାଇ ଟୋପାଏ ପିଇବା ପାଇଁ ଲୋକେ ଡହଲ ବିକଳ
- ପ୍ରମୋଦ ପତି ଫାଉଣ୍ଡେସନ ତରଫରୁ ମେଧା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା



