ତିହିଡି, 19/10 (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଆଜିର ଆଧୁନିକ ଯୁଗରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକ ମାନେ ଟିଭି, ସ୍ମାର୍ଟ୍ ଫୋନ୍ ରେ ନିଜର ବଳକା ସମୟ ବିତାଉଥିବା ବେଳେ ଶିକ୍ଷିତ ଯୁବକ ଯୁବତୀ ମାନେ ଫେସବୁକ୍, ୱାଟ୍ସପ୍ ଭଳି ସୋସିଆଲ ମିଡିଆରେ ସମୟ କୁ ଅଯଥା ଖର୍ଚ୍ଚ କରୁଛନ୍ତି । ସମସ୍ତେ ନିଜ ନିଜର ସମୟ କୁ ଅତିବାହିତ କରୁଥିବା ବେଳେ ତିହିଡି ବ୍ଲକ ଶ୍ୟାମସୁନ୍ଦରପର ପଞ୍ଚାୟତ ରେ ଉପରଦୂମୁକା ଠାରେ ଦେଖିବାକୁ ମିଳିଛି ବହୁ ଯୁଗଧରି ଏକ ମାନବ ଧର୍ମ ପ୍ରଚାରକ କେନ୍ଦ୍ର। କିନ୍ତୁ ତାହା ଏବେ କୌଣସି କାରଣ ରୁ ଧୀରେ ଧୀରେ ଭୂତକୋଠୀ ରେ ପରିଣତ ହେବା ରେ ଲାଗିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପଚାରକ କେନ୍ଦ୍ର ବହୁଦିନ ଧରି ଏଠାରେ ଅବସ୍ଥିତ। ପାଖ ଆଖ ଗ୍ରାମରେ ପ୍ରାୟ କୋଡିଏ ରୁ ଅଧିକ ପରିବାର ର ସଦସ୍ୟ ଏହି ଧର୍ମ ରେ ବାନ୍ଧି ହୋଇଥିଲେ।
ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା କରିବା ମୋଟେ ଠିକ୍ କଥା ନୁହେଁ । କାରଣ ମାନବ ସେବା ହିଁ ହେଉଛି ଈଶ୍ୱର ସେବା, ଯାହା କି ଏ ମଣିଷ ସମାଜର ପରମ କର୍ତ୍ତବ୍ୟ ଓ ଶ୍ରେଷ୍ଠ ଧର୍ମ ମଧ୍ୟ । ଏହି ସେବା ଦ୍ଵାରା ଜଣେ ଅସାଧାରଣ ମଣିଷ ସାଧାରଣ ପାଲଟିଯାଇଥାଏ।
ସୁତରାଂ ମହାପୁରୁଷମାନଙ୍କ ଜୀବନୀ ପଢିଲେ ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ ।
ଦିନଥିଲା ମାନବ ଧର୍ମ ବିଷୟରେ ଶିକ୍ଷ୍ୟା ନେବା ପାଇଁ ଏଠାରେ ଭିଡ଼ ଜମୁଥିଲା। ମାନବ ଧର୍ମ ର ପଚାରକ ମାନେ ଏଠାରେ ଧର୍ମ ର ପ୍ରଚାର କରିବା ସଙ୍ଗେ ସଙ୍ଗେ ଭଜନ କୀର୍ତ୍ତନ ରେ ଏହି କେନ୍ଦ୍ର ପୁରି ଉଠୁଥିଲା।
ଏହି ଉପରଦୂମୁକା ଗ୍ରାମ ରେ କେତେକ ମୁଖ୍ୟ ଏହି ଧର୍ମ ପ୍ରଚାରକ ମାନେ କହିବା ଅନୁଯାୟୀ ଗ୍ରାମ ର ଲୋକଙ୍କ ମଧ୍ୟରେ ମନ ମାଳିନ ଏବଂ ଦାୟିତ୍ଵ ହୀନତା ପାଇଁ ତାହା ଏବେ ଧୀରେ ଧୀରେ ଭୂତ୍ କୋଠିରେ ପରିଣତ ହେବା କୁ ଲାଗୁଛି। ଅର୍ଥ ମଧ୍ୟ ବାଧକ ସାଜିଥିବା ବେଳେ ଲୋକଙ୍କ ସାହାଯ୍ୟ ସହାୟତା ଅନ୍ୟତମ ।
ଶେଷରେ ଲୋକଙ୍କ ମତ ଅନୁଯାୟୀ ଯଦି ଆଜିର ଶିକ୍ଷିତ ଯୁବପିଢ଼ି ମାନେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ସମସ୍ତ ଧର୍ମ ବିଷୟରେ ଅବଗତ ହୁଅନ୍ତେ ସମାଜ ର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ଅସାମାଜିକ ଲୋକ ଙ୍କ ମନ ପରିବର୍ତ୍ତନ ହୋଇପାରନ୍ତା।
ଆହୁରି ମଧ୍ୟ ଯଦି ସ୍ଥାନୀୟ ପ୍ରଶାସନ ଏହାର ରକ୍ଷଣବେକ୍ଷଣ ଦାୟିତ୍ଵ ପାଇଁ ହାତ ବଢାନ୍ତି ତେବେ ଏହାର ଫଟୋଚିତ୍ର ବଦଳି ପାରନ୍ତା।
Attachments area


