ମା ସହି ଷଣ୍ଢୀଆଣୀ ଦେବୀଙ୍କର ରତ୍ନମୁଦ ଉତ୍ସବ

Spread the love

ଯାଜପୁର ସଦର, ୨୬ /୧/୨୦ (ସନ୍ଧାନ ନିଉଜ/ଗୋପିନାଥ ଦାଶ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀ ଗୋଳକୁଣ୍ଡ ପଞ୍ଚାୟତ ଏବଂ ବନ୍ଧଡିହ ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା ସହି ଷଣ୍ଢୀଆଣୀ ଦେବୀଙ୍କର ରତ୍ନମୁଦ ଉତ୍ସବ ଆସନ୍ତା ତା୨୪/୦୧/୨୦୨୦ ରିଖ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଅଛି । ଏହି ଦେବୀଙ୍କ ପୀଠ ସ୍ଥଳୀ ସ୍ୱାଇଁଖଣ୍ଡ, ହରିପୁର, ଗୋଳକୁଣ୍ଡ, ବନ୍ଧଡିହ, ମେଣ୍ଢ, ଜୟସିଂହଡ଼ା ମୌଜାର କୋଠନାଳୀ କୂଳରେ ଅବସ୍ଥିତ । ଏହି କୋଠନାଳୀ ଗୋଟିଏ ଗଭୀର ଜଳାଶ୍ରୟ ଏହା ବ୍ରାହ୍ମଣୀ ନଦୀର ଏକ ଶାଖା ନାଳ ଆଜକୁ ପ୍ରାୟ ୨ ହଜାର ବର୍ଷତଳେ ବିଦଗ୍ଧ କବୀ ଅଭିମନୁ୍ୟ ସାମନ୍ତ ସିଂହାରଙ୍କର ପୂର୍ବଜ ଏହି ଚତୁଃପାଶ୍ୱର୍ସ୍ଥ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି କୋଠନାଳୀ କୂଳରେ ଅବସ୍ଥାପିତ କରାଇଥିଲେ । ଏଠାରେ ଏକ ବିଶାଳକାୟ ହିଞ୍ଜଳୀ ବୃକ୍ଷ ମୁଳରେ ଏହି ଦେବୀ ସହି ଷଣ୍ଢୀଆଣୀ ଅବସ୍ଥାପିତ ହୋଇଛନ୍ତି । ଏହି ଦେବୀ ୧୦ ଗୋଟି ଶିଳାଖଣ୍ଡରେ ବିଭକ୍ତ ହୋଇଥିବାରୁ ଏହାଙ୍କୁ ଦଶମହାବିଦ୍ୟା ନାମରେ ନାମିତ କରାଯାଇଛି । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବରଜାଙ୍କ ନିଦେ୍ର୍ଦଶ କ୍ରମେ ଏକ ସାଧୁଙ୍କ ଦ୍ୱାରା ଏଠାରେ ଅବସ୍ଥାପିତ କରାଯାଇଥିବାର ଏକ କିମ୍ବଦନ୍ତୀରୁ ଜଣାଯାଏ । ଏହି ଦେବୀଙ୍କର ୧୦ଗୋଟି ଶିଳା ଖଣ୍ଡ ଯଥା ୧. ଷୋଡ଼ଶି, ୨. ତ୍ରିପୁରାତୁଳସୀ, ୩. ବଗଳା, ୪. ଭୁବନେଶ୍ୱରୀ, ୫. ଧୁମାବତୀ, ୬. ବରାହୀ, ୭. ଛିନ୍ନମସ୍ତା, ୮. ମାତଙ୍ଗୀ, ୯. କାଳୀ, ୧୦. କମଳା ନାମରେ ନାମିତ ହୋଇଛନ୍ତି । ଗତ ତା ୨୪/୦୧/୨୦୨୦ ରିଖ ଶୁକ୍ରବାର ଦିନ ଏହି ଦେବୀଙ୍କ ପିଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ଚଣ୍ଡଯଜ୍ଞ, ଷୋଡ଼ଶଉପଚାର ପୂଜା, ସୂର୍ଯ୍ୟପୂଜା, ଗୋପୂଜା, ନାମଯଜ୍ଞ ସଂଙ୍କିର୍ତ୍ତନରେ ଏ ସ୍ଥଳୀ ଜନସମାଗମ ହୋଇଥିଲା । ପଣ୍ଡିତ ରମେଶ ଚନ୍ଦ୍ର ପତି, ଉମେଶ ଚନ୍ଦ୍ର ପଣ୍ଡା, ଦବେନ୍ଦ୍ର ପ୍ରଶାଦ ପାଢ଼ୀ, ସଂଜୟ କୁମାର ପତି, ମନୋରଂଜନ ପତି, ଏବଂ ଯଜ୍ଞର କର୍ମକର୍ତ୍ତା ଭାବରେ ବେଣୁଧର ପତିଙ୍କ ଦ୍ୱାରା ଯଜ୍ଞ କର୍ମ ସମାପିତ ହୋଇଥିଲା । ଏହି ଯଜ୍ଞର ଶେଷ ପର୍ଯ୍ୟାୟରେ ସ୍ଥାନୀୟ ବରୀ ବିଧାୟିକା ନିମନ୍ତ୍ରୀତ ଅତିଥି ଭାବରେ ସମ୍ମାନୀୟା ଶ୍ରୀମତୀ ସୁନନ୍ଦା ଦାସ, ବ୍ଲକ୍ ବିଜେଡି ସଭାପତି ଶ୍ରୀଯୁକ୍ତ ଦେବୁଲି ଦାସ, ଜିଲ୍ଲା ପରିଷଦ ସବା ଶ୍ରୀ ଅଶୋକ ସାମଲ, ସ୍ଥାନୀୟ ଗୋଳକୁଣ୍ଡ ପଞ୍ଚାୟତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବୋଧ କୁମାର ଜେନା ଏହି ପରିବେଶକୁ ଦେଖି ମୁଗ୍ଧ ହୋଇଥିଲେ ।

Related Posts

About The Author

Add Comment