ମା ପଂଚେଶ୍ୱରୀ ଯଜ୍ଞ ଆରମ୍ଭ

Spread the love

ଧର୍ମଶାଳା,୩୦/୩ (ସନ୍ଧାନ ନିୟୁଜ ) ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଅଧିନ ପନ୍ତୁରୀ ଠାରେ ଚାଲିଥିବା ୧୦ମ ବାର୍ଷିକ ମା ପଂଚେଶ୍ୱରୀ ଯଜ୍ଞ ମହୋସôବ ମହାଆଡମ୍ବରରେ ଆରମ୍ଭ ହୋଇଛି । ୨୭ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପାଞ୍ଚଦିନଧରି ଚାଲିବାକୁଥିବା ମହୋସôବରେ ଗତକାଲି ଶୁଭାଧିବାସ ସହ ଅଙ୍କୁରାର୍ପଣ କରାଯାଇଛି । ଦ୍ୱିତୀୟଦିନରେ ଗୋ ପୁଜା,ସୁର୍ଯ୍ୟପୁଜା,ଗୁରୁପୁଜ.ଦେବସୋଢଶପୋଚାର ପୁଜା ସହ ବୟୋଜେଷ୍ଠ ବ୍ୟକ୍ତିମାନଙ୍କୁ ସମ୍ଭର୍ଦ୍ଧନା ଦିଆଯାଇଥିଲା ।ଏବଂ ବିଶିଷ୍ଟ ପାଲା ଗାୟକ ଆନନ୍ଦ ଚନ୍ଦ୍ର ଦାସଶର୍ମାଙ୍କ ଦ୍ୱାରା ସନ୍ଧ୍ୟରେ ପାଲା ପଡରିବେଷଣ କରାଯାଇଥିଲା ।ଏବଂ ତୃତିୟ ଦିନର ଯଜ୍ଞରେ ଯଥା ବିଧି ପୁଜାପାଠ ସହ ସନ୍ଧ୍ୟାରେ ଶିଶୁକଳାକାର ମାନଙ୍କ ଦ୍ୱାରା କଳାବିକାଶ କେନ୍ଦ୍ରଦ୍ୱାରା ପରିବେଷଣ କରାଯାଇଛି । ଚତୁର୍ଥଦିନରେ ଅନୁଷ୍ଠାନ ତରଫରୁ କୁଶଳେଶ୍ୱର ନାଟ୍ୟ ଦଳ କେନ୍ଦୁଝର ନୃତ୍ୟ ପରିବେଷଣ ର କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ମେଲୋଡି କର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା କରାଯିବାକୁ ସ୍ଥିର କରାଯାଇଥିବା କମିଟି ତରଫରୁ ଜାଣିବାକୁ ମିଳିଛି । ଏହି ଅବସରରେ ଆଖପାଖ ଲୋକମାନଙ୍କୁ ଆମିଷ ଭକ୍ଷଣ ପାଇଁ ବାରଣ କରାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ଠାକୁରାଣିଙ୍କ ପିଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଚଢେଇଧରା ଫାଣ୍ଡିତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।

Related Posts

About The Author

Add Comment