ମା ତାରିଣୀ ଫୁଟବଲ ଟୁର୍ଣ୍ଣାମେଂଟ: ଧର୍ମଶାଳା ଚମ୍ପିଅନ

Spread the love

ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) ପାଣିକୋଇଲି ମା ତାରିଣୀ ଫୁଟବଲ ଆସୁସିଏସନ ପକ୍ଷରୁ କଲେଜ ଖେଳ ପଡିଆରେ ତ୍ରୀଦିବସୀୟ ୧୯ତମ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚ କେଉଁଝର ବନାମ ଧର୍ମଶାଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । । କେଉଁଝର ଟସ ଜିତି ଖେଳ ଆରମ୍ଭ କରିଥିବା ବେଳେ ଖେଳ ଶେଷ ସୁଦ୍ଧା କେଉଁ ଦଳ କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ ଟ୍ରାଇବେକର ମାଧ୍ୟରେ ଧର୍ମଶାଳା ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଂଟର ଉଦଯାପନୀ ଉସôବରେ ମୁଖ୍ୟ ଅତିଥିଭାବେ ଇଫକୋର ଯାଜପୁର ମୁଖ୍ୟ ସୌମ୍ୟ ରଂଜନ ହାତୀ, ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ପଥରପଦା ସମିତିସଭ୍ୟା ପ୍ରତିନିଧି ସନ୍ତୋଷ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ଯୁବ ବ୍ୟବସାୟୀ ଗୋପିନାଥ ପାଢୀ, ସମାଜସେବୀ ରବିନାରାୟଣ ପଣ୍ଡା, ପଡିଆ ସୁରକ୍ଷା ମଂଚ ଆବାହକ ରଘୁନାଥ ମାଝୀ ପ୍ରମୁଖ ଯୋଗଦେଇଥିଲେ । । ଜିତେନ୍ଦ୍ର ପ୍ରସାଦ ବାରିକ, ମନୋରଂଜନ ବାରିକ ଓ ମାନସ କୁମାର ବିଶ୍ୱାଳ ମ୍ୟାଚ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଆନନ୍ଦ କୁମାର ରଣା ଓ ଅଜୟ ଧଳ, ସ୍କୋରର ଭାବେ ଶ୍ରୀମନ୍ତ ରାୟ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଡା. ସୁରେଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ବିଜୟୀ ଧର୍ମଶାଳା, ରନରସଅପ କେଉଁଝର, ବେଷ୍ଟ ରେଫରୀ ଜିତେନ୍ଦ୍ର ବାରିକ, ବେଷ୍ଟ ପ୍ଲେୟାର ସୋମନାଥ ମହାନ୍ତି, ବେଷ୍ଟ ଗୋଲକିପର ମୃତୁ୍ୟଂଜୟ ଜେନାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମ୍ପାଦକ ନରେନ୍ଦ୍ର ଦାସ, ଅବଦୁଲ ସୟଦ ଖାଁ, ଟିକନ ଦାସ, ବାରିଜ ନୟନ ଦାସ, ଜିତେନ୍ଦ୍ର ବେହେରା, ଆନନ୍ଦ ମହାକୁଡ, ବିରଂଚି ନାରାୟଣ ପରିଡା, ଜଗବନ୍ଧୁ କବି, ସୌଭାଗ୍ୟ ସାହୁ, ପ୍ୟାରମୋହନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment