l ସୁନ୍ଦରଗଡ଼ ତା:୨୬-୧୧-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ର ଛାତ୍ରୀ ସଂଖ୍ୟା ୩୯ ଅଛି ରହିଛି l ଏହି ବିଦ୍ୟାଳୟ ରେ ମାତ୍ର ୨ଜଣ ଶିକ୍ଷକ ଶିକ୍ଷିତ୍ରୀ ଅଛନ୍ତି l ଏହି ବିଦ୍ୟାଳୟ ବିଷୟ ଆଗରୁ ନ୍ୟୁଜ ପେପର ମାଧ୍ୟମରେ ପ୍ରସାରିତ ହୋଇଥିଲା l ନ୍ୟୁଜ ପେପର ରେ ଖବର ପ୍ରସାରଣ ହେବା ଯୋଗୁଁ ପଞ୍ଚାୟତ ତରଫରୁ ୧୫000ଟଙ୍କା ଖର୍ଚ୍ଚ କରି କିଛି କାମ କରାଯାଇଛି କିନ୍ତୁ ଲୋକ ଦେଖାଣିଆଁ ନିମ୍ନମାନ କାମ ହୋଇଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ପୁରୁଣା ପଡ଼ିଥିବା ବିଦ୍ୟାଳୟ ର କାନ୍ଥ ଗୁଡିକ ଫାଟି ଯାଇଥିବା ଦେଖିବାକୁ ମିଳିଛି l ସେହି ପୁରୁଣା କାନ୍ଥ ଫାଟି ଯାଇଥିବା ବିଦ୍ୟାଳୟ ଘର କୁ ରଙ୍ଗ ମାରି ମରାମତି କରି ଟଙ୍କା ହଡପ କରିଥିବା ଜନ ସାଧାରଣ ପ୍ରକାଶ କରିଛନ୍ତି l ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଥିବା ବେଳେ ମୋଟ ୨ଟି କୋଠରୀ ଅଛି l ବିଦ୍ୟାଳୟ ବାରଣ୍ଡା ରେ ପିଲା ପାଠ ପଢ଼ୁଥିବା ଦେଖିବାକୁ ମିଳିଛି l ଏପରି ଅବସ୍ଥା ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ର ରହିଥିବା ବେଳେ ପ୍ରଶାସନ ର ନଜର ପଡୁଥିଲେ ମଧ୍ୟ ଅଣଦେଖା କରାଯାଉଥିବା ଜଣ ସାଧାରଣ କହିଛନ୍ତି l
ମହୁଲ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା
|
November 26, 2025 |



