ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କର ମୃତ ଦେହ ଉଦ୍ଧାର

Spread the love

କକିଙ୍ଗ ନଗର, ୧୭/୦୧/୨୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ସାଳିଜଂଘା ପଞ୍ଚାୟତ ଅଧିନ ବାଘୁପାଳ ପି ଏଚେ ଟି ଟେସନ ନିକଟ ବର୍ତୀ ଏକ ବିଲ ମଝିରେ ଗୋଟେ ମହୁଲ ଗଛ ରେ  ସକାଳ ପ୍ରାୟ ୯ ସମୟ ହେବ ଏକ ଯୁବକର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଘଟଣାରୁ ପ୍ରକାଶ ସେଠିକାର କିଛି ଯୁବକ ବିଲ ଆଡ଼େ ଯାଇଥିବା ବେଳେ ଯୁବକ ଜଣକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।ଏବଂ ସଂଗେ ସଂଗେ କଳିଙ୍ଗ ନଗର ଥାନା କୁ ଖବର ଦେଇଥିଲେ । ଖବର ପାଇ କଳିଙ୍ଗ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଘଟଣା ସ୍ଥଳରୁ ଏକ ନିର୍ଗୁଣ୍ଡି ଟାଙ୍ଗିର ଟ୍ରେନ ଟିକେଟ ପାଇବା ସହ ପାଖରେ ଥିବା ଏକ କପଡା ବ୍ୟାଗ ଚପଲ ମଧ୍ୟ ଜବଦ କରିଥିଲା । ଏବଂ ସ୍ଥାନୀୟ ତହସିଲଦାର ଙ୍କୁ ଖବର କରିଥିଲା ଖବର ପାଇ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିବାରୁ ଶବ ଟିକୁ ଗଛରୁ ରଶିକୁ କାଟି ତଳକୁ ଓହ୍ଲାଇ ଥିଲେ ।ମୃତ ବ୍ୟକ୍ତିଙ୍କ କୌଣସି ପ୍ରକାର ପରିଚୟ ନ ମିଳିଥିବାରୁ ମୃତକକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଆ ଇ ସିୟୁରେ ରଖାଯିବ ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସି ପ୍ରକାଶ କରିଛି ଏଥି ନେଇ ପୋଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment