ମହିଳାଙ୍କୁ ଅସଦାଚାରଣ ଅଭିଯୋଗରେ ୩ ଗିରଫ

Spread the love
ଭଦ୍ରକ,୧୩/୧୨ (ସନ୍ଧାନ ନିୟୁଜ) :ଜଣେ ବିବାହିତା ମହିଳାଙ୍କୁ ଅସଦାଚାରଣ କରାଯାଇଛି  । ଏ ସମ୍ପର୍କରେ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି  । ବାଂଶଡା ଥାନା ଅଧିନସ୍ଥ କରଞ୍ଜମାଳ ପଞ୍ଚାୟତର ବଇଁଚାରେ ଏହି ଘଟଣା ଘଟିଛି  । ମୟୁରଭଞ୍ଜ  ଜିଲ୍ଲାର ଜଣେ ମହିଳା ତାଙ୍କ ପରିବାର ସହିତ ୧ ବର୍ଷ ପୂର୍ବରୁ ସେ ଏଠାରେ ରହୁଛନ୍ତି । ଏହି ମହିଳାଙ୍କୁ ଅସଦାଚାରଣ କରାଯାଇଥିବା ନେଇ ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗ ମୂଳେ ଥାନାରେ ଏକ ମାମଲା ରୁଜୁ ହୋଇଛି । ବଇଁଚା ଗାଁର ଶରତ କୁମାର ସ୍ୱାଇଁ(୩୬), ଦେବବ୍ରତ ଦାସ(୨୦), ଆଗରପଡା ଥାନା ଅନ୍ତର୍ଗତ ବଡସନ୍ଦାଡ଼ ଗାଁର ସରୋଜ କୁମାର ବରାଳ ଏହି ମାଲାରେ ଛନ୍ଦି ହୋଇଛନ୍ତି  । ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି  । ପୀଡିତାଙ୍କୁ ମଧ୍ୟ ଡାକ୍ତରୀ ମାଇନା ପାଇଁ ପଠା ଯାଇଛି  । ଏହି ଘଟଣାର ଅଧିକ ତଦନ୍ତ ଜାରି ଥିବା ଥାନା ଅଧିକାରୀ କରୁଣାକର ରାଉତ କହିଛନ୍ତି  ।

Related Posts

About The Author

Add Comment