ବାରିପଦା,୩୦/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବାହାଘରକୁ ମାତ୍ର ୯ ମାସ ହୋଇଥିଲା ଫ୍ୟାନ୍ ରେ ଶାଢୀ ଲଗାଇ ଜୀବନ ହାରିଦେଲା ନବ ବିବାହିତା ଅଧା ରହିଗଲା ବାକି ରହିଥିବା ଜୀବନ ନାଟକ । ତେବେ ନବବଧୂର ସନ୍ଦେହଜନକ ମୃତ୍ୟୁ ନେଇ ଶାଶୁଘର ଓ ବାପଘର ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ସତ୍ୟର ଖୋଳତାଡ କରିବାକୁ ତଦନ୍ତ ଚଳାଇଛି । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ, ସୁମିତ୍ ଓ ଶାଶୁ ସୁଷମା ମହାପାତ୍ରଙ୍କୁ ଗିରଫ କରାଯାଇଛି । ସୂଚନାରୁ ପ୍ରକାଶ, ୱାର୍ଡ ନଂ ୫ ବାବୁ ସାହିର ସୁମିତ୍ କୁମାର ମହାପାତ୍ର ୨୦୨୦ ମାର୍ଚ୍ଚ ୪ ତାରିଖରେ ଭଦ୍ରକ ଚାନ୍ଦପୁରାର ମନସ୍ମିତାଙ୍କୁ ବିବାହ କରିଥିଲେ । ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ସୋମବାର ୨୮ ତାରିଖରେ ମନସ୍ମିତା ମୁଣ୍ଡ ବିନ୍ଧିବା କାରଣ ନେଇ ଶୋଇବାକୁ ଯାଇଥିଲେ । ସ୍ବାମୀଙ୍କ ଅନୁପସ୍ଥିତିରେ ଖାଇବା ସମୟରେ ଶାଶୁ ଡାକିବା ବେଳକୁ ସେ ବେକରେ ଶାଢୀ ଗୁଡାଇ ହୋଇ ଆତ୍ମହତ୍ୟା କରିଥିବା ଦେବାକୁ ପାଇଥିଲେ । ଏ ନେଇ ସ୍ଵାମୀ ସୁମିତ କୁମାରଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ୍ ଷ୍ଟେସନ୍ ୧୯୩ ରେ ଅନୁସନ୍ଧାନ ଜାରି ରହିଥିବା ବେଳେ ଅପର ପକ୍ଷରେ ନବବଧୂର ବାପା କୈଳାସ ସାମଲ ତାଙ୍କ ଝିଅକୁ ଯୌତୁକ ପାଇଁ ମାରିଦେଇଥିବା ବାରିପଦା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୈଳାସଙ୍କ ଅଭିଯୋଗ ଅନୁଯାୟୀ ବାହାଘର ବେଳେ ଲକ୍ଷ ଟଙ୍କା, ଫ୍ରିଜ୍,ଏଲଇଡି ଟିଭି, ୱାସିଙ୍ଗ ମେସିନ୍, ଆଲମିରା ପଲଙ୍କ,ଡ୍ରେସିଙ୍ଗ ଟେବୁଲ୍, ଓ ଆଠ ତୋଳା ର ସୁନାଗହଣା ଦେଇଥିବା ବେଳେ ଝିଅର ଶାଶୁ, ଶ୍ଵଶୁର, ସ୍ଵାମୀ ଓ ପିଉସୀ ଶାଶୁ ଅଧିକ ଟଙ୍କା ଆଣିବାକୁ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ । ଝିଅ ଅତ୍ୟାଚାର ହେଉଥିବା ଜାଣି କୈଳାସ ବ୍ୟାଙ୍କ ଆକାଉଣ୍ଟରେ ୨୫ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । କିନ୍ତୁ ଅଧିକ ଟଙ୍କା ପାଇଁ ସେମାନେ ଝିଅକୁ ମାରିଦେଇଛନ୍ତି । ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ ସହ ଝିଅକୁ ଦେଇଥିବା ସମସ୍ତ ସାମଗ୍ରୀ ଫେରସ୍ତ ନେବାକୁ ଅଭିଯୋଗ କରିଛନ୍ତି । ଏ ନେଇ ୨୯/୧୨ ୨୦୨୦ରେ ବାରିପଦା ଟାଉନଥାନାରେ କେସ ନଂ ୯୫୫ରେ୪୯୮(ଏ), ୩୦୪(ବି), ୩୦୨/୩୪ ଆଇପିସି ଧାରାରେ ଏକ ମାମଲା ରୁଜୁ ହୋଇଛି । ମାମଲାକୁ ତଦନ୍ତ କରିବାକୁ ଟାଉନଥାନା ଏସଆଇ ବଦ୍ରିକାନାଥ ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି ।
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
|
December 30, 2020 |


