ସୁନ୍ଦରଗଡ଼ ତା:୧୦/୨/୨୦୨୬(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଆସନ୍ତା ଫାଲଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ଦେବଦେବ ମହାଦେବ ଙ୍କ ଅପାର କରୁଣାରୁ ପ୍ରତିବର୍ଷ ଶିବରାତ୍ରୀ ପାଳନ କରାଯାଇଥାଏ । ଏହି ପରିପେଖିରେ ସୁନ୍ଦରଗଡ ଜିଲ୍ଲାର ସର୍ଗିପାଲି ଶନି ମନ୍ଦିର କମିଟି ପକ୍ଷରୁ ୧୦୮ କୁଣ୍ଡୀୟ ମହାରୁଦ୍ରାଭିଷେକ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୦୮ ଯଜମାନ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ କଳସ ଯାତ୍ରା ,ଦ୍ଵିତୀୟ ଦିନରେ ଯଜ୍ଞ ଆରମ୍ଭ ସହିତ ମହାଦୀପ ପ୍ରଜ୍ଜ୍ୱଳନ ଓ ଜାଗର କାର୍ଯ୍ୟକ୍ରମ ଓ ତୃତୀୟ ଦିନରେ ପୂର୍ନାହୁତି ସହିତ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି ।ବିଧି ଅନୁସାରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଷ ପରି ବହୁ ସଂଖ୍ୟାରେ ଭକ୍ତ ସମାଗମ ଦେଖିବାକୁ ମିଳିବ ବୋଲି ଅଞ୍ଚଳ ର ଭକ୍ତଙ୍କ ସୂତ୍ରରୁ ଜଣାପଡୁଛି। ଏହି କ୍ରମରେ ଅନୁଷ୍ଠାନ ର ପରିପାର୍ଶ୍ୱ ସ୍ୱଚ୍ଛତା ଉପରେ ବିଶେଷ ନଜର ଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଏହି ମନ୍ଦିର ଦୁଆର ମୁଁହ ପଶିଗଲା ପରେ ପ୍ରତ୍ୟେକ ଭକ୍ତ ଅନ୍ୟର ଅନିଷ୍ଟ ଚିନ୍ତା ଦୂର ହେବା ସହିତ ସତ୍ ଧର୍ମ ଓ ସତ୍ ମାର୍ଗରେ ଯିବାକୁ ମନ ବୋଲାଉଥିବା ମତ ରହିଛି । ଏଠାରେ ପ୍ରତ୍ୟେକ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
ମହାଶିବରାତ୍ରୀ ଜାଗର ଯାତ୍ରା ଅବସରରେ ୧୦୮ କୁଣ୍ଡିୟ ମହାରୁଦ୍ରାଭିଷେକ ଯଜ୍ଞ କାର୍ଯ୍ୟକ୍ରମର ପ୍ରସ୍ତୁତି
|
February 10, 2026 |



