ମହାମାରୀ ସହ ଲଢେଇ ପାଇଁ ପାଳନ ହେଉଛି ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ

Spread the love

ଭୁବନେଶ୍ୱର : ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା କୋରନା ଭାଇରସ ବା କୋଭିଡ-୧୯। ଯାହାକୁ ଅତି ଗମ୍ଭୀର ଭାବରେ ଅନୁଭବ କରିଥିଲେ ସାଧାରଣ ଜନତା। ବିଶେଷକରି ହସ୍ପିଟାଲ ବା ଚିକିତ୍ସା କ୍ଷେତ୍ରରେ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା। ସମସ୍ତେ ଜାଣନ୍ତି ମହାମାରୀ ମାନବ ସମାଜ ଉପରେ ଘାତକ ପ୍ରଭାବ ପକାଇଥାଏ। ଏହା  ଆନ୍ତର୍ଜାତୀୟ, ଜାତୀୟ ତଥା ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ। ତେଣୁ କେବଳ କୋଭିଡ୍‌ ପାଇଁ ନୁହେଁ ବରଂ କୌଣସି ପ୍ରକାର ମହାମାରୀ କିମ୍ବା ସଂକ୍ରାମକ ରୋଗକୁ ରୋକିବା ପାଇଁ ତଥା ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୨୭ ତାରିଖରେ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ପାଳନ କରାଯାଇଥାଏ।  କାହିଁକି ପାଳନ ହୁଏ ଏହି ଦିବସ ?ପ୍ରଥମେ ୨୦୨୦ ମସିହା ଡିସେମ୍ବର ୨୭ ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଆୟୋଜିତ କରାଯାଇଥିଲା। ଲୋକମାନଙ୍କୁ ମହାମାରୀ ବିରୋଧରେ ଆଗୁଆ ପ୍ରସ୍ତୁତି, ସହଭାଗିତାର ମହତ୍ତ୍ବ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରାଯାଇଥିଲା।ସମଗ୍ର ବିଶ୍ୱରେ ସଂକ୍ରାମକ ରୋଗ ଏବଂ ମହାମାରୀର ପ୍ରଭାବକୁ ରୋକିବାରେ ଆନୁସଙ୍ଗିକ ସମସ୍ୟାର ସମାଧାନ ପାଇଁ ଜାତୀୟ, ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ପ୍ରୟାସକୁ ବଢ଼ାଇବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ ମିଳିତ ଜାତିସଂଘ ୱେବ୍‌ସାଇଟ୍‌ରେ ଉପଲବ୍ଧ ସୂଚନା ଅନୁଯାୟୀ, ମହାମାରୀର ପ୍ରତିକ୍ରିୟାକୁ ସମନ୍ୱିତ କରିବା ସହଜ ହୋଇଛି କିପରି ପ୍ରସ୍ତୁତ ରୁହନ୍ତି ଡାକ୍ତରୀ ଟିମ  ସରକାରୀ ତଥା ବେସରକାରୀ ମେଡିକାଲମାନଙ୍କରେ ବଢୁଥିବା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱାସ୍ଥ୍ୟ ଉପଯୋଗୀ ଉପକରଣ ଗୁଡିକ ମହଜୁଦ ରଖାଯାଇଥାଏ। ଏପରିକି ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଆବଶ୍ୟକ ବେଡ଼ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଡାକ୍ତରୀ ଟିମର ସମସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଷ୍ଟାଫ ମାନେ ମଧ୍ୟ ମହାମାରୀ ସମୟରେ ରୋଗୀ ଚିକିତ୍ସା ପାଇଁ ଅନବରତ ପ୍ରୟାସ କରିଥାନ୍ତି। ଏପରିକି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଏବଂ ଜରୁରୀକାଳୀନ ପରିସ୍ଥିତିରେ ମହାମାରୀର ମୁକାବିଲା କରିବା ପାଇଁ ଭିତ୍ତିଭୂମୀ ପ୍ରସ୍ତୁତ ରହିଥାଏ।

Related Posts

About The Author

Add Comment