ଜଳେଶ୍ଵର ୧୭/୦୮/୨୦୨୦ (ସନ୍ଧାନ ନିଉଜ) – ଡ୍ରଗସ ମାଫିଆଙ୍କ ସହ କଥା ହେବା ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଜଳେଶ୍ଵର ଥାନା ଆଇଆଇସି ଧନେଶ୍ଵର ସାହୁଙ୍କୁ ମହଙ୍ଗା ପଡ଼ିଛି । ୧୩ ତାରିଖରେ ଅଡିଓ ଭାଇରାଲ୍ ହେବା ପରେ ଗତକାଲି ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିବା ନେଇ ପୁଲିସ ଡିଜି ଶ୍ରୀ ଅଭୟ’ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ, ପୁଲିସ ଉଚ୍ଚ କର୍ତ୍ତୃପକ୍ଷ କେବଳ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ସୀମିତ ନ ରଖି ଆଇଆଇସିଙ୍କୁ ଗିରଫ ସହ ଚାକିରିରୁ ବହିଷ୍କାର କରିବାକୁ ବିଭିନ୍ନ ମହଲରେ ଦାବି ଜୋର୍ ଧରିଛି । ସମ୍ପୃକ୍ତ ଡ୍ରଗ୍ଧ ମାଫିଆ ଘର ଜଳେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ଶାସନବାଡ଼ ଗ୍ରାମରେ ବୋଲି କୁହାଯାଉଛି। କିଛି ମାସ ତଳେ ଉକ୍ତ ନିଶା ବେପାରୀ ଘରେ ଜଳେଶ୍ବର ପୁଲିସ ଚଢ଼ଉ କରି କିଛି ବ୍ରାଉନ୍ସୁଗାର ଜବତ କରିବା ସହ ମାଫିଆର ଭାଇକୁ ଗିରଫ କରିଥିଲା। କିନ୍ତୁ ସେତେବେଳେ ନିଶା ବେପାରୀଙ୍କ ଗାଡ଼ି (କାର) ଜବତ ହୋଇ ନଥିଲା । ପରେ ମାଫିଆଙ୍କ ପରିବାର ସହ । ଅନ୍ୟ ଏକ ମାଛ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ବେଳେ । କାରକୁ ପୁଲିସ୍ ଜବତ କରିଥିଲା । କିନ୍ତୁ ଆଇଆଇସି । କୁଆଡ଼େ ଜବତ ବ୍ରାଉନସୁଗାର ସହ କାରକୁ ସିଜର । ଲିଷ୍ଟରେ ପକାଇବା ପାଇଁ ସମ୍ପୂକ୍ତ ନିଶା ବେପାରୀକୁ ଧମକ ଦେଇଥିଲେ। ଯେହେତୁ ଏହି ସେକେଣ୍ଡଲ୍ୟାଣ୍ କାରଟିକୁ ନିଶା ବେପାରୀଜଣକ ପଶ୍ଚିମବଙ୍ଗରୁ କିଣିଥିଲେ ଓ ଏହାର କାଗଜପତ୍ର ବଦଳି ନ ଥିଲା, ସେଥିପାଇଁ ସେ ଆପୋସ ବୁଝାମଣା କରିବାକୁ ଚାହିଁଥିଲା। ଏଇଠାରୁ ହିଁ, ଡ୍ରଗ୍ଧ ମାମଲାରେ କାର୍ ପଶି ଆସିଥିଲା, କାର ଫେରାଇବାକୁ ମଧ୍ୟସ୍ଥି ଜରିଆରେ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ।ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସଂପୂକ୍ତ ନିଶା ବେପାରୀଙ୍କ ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ବାକି ୩୨ ଲକ୍ଷ ଟଙ୍କା ଦେଇନଥିଲେ । ଏହାକୁ ନେଇ ମାଫିଆ-ମଧ୍ୟସ୍ଥି ଓ ଆଇଆଇସିଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି। ତେବେ, ଟଙ୍କାକୁ ନେଇ କଥାବାର୍ତ୍ତାର ଅଡିଓ ସାର୍ବଜନୀନ ହେବା ପରେ ଥାନା । ଆଇଆଇସି ଫସିଯାଇଥିଲେ। ପୁଲିସ ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇ ତତ୍କ୍ଷଣାତ ତଦନ୍ତ ଆରମ୍ଭ – କରିଥିଲା ଆଇଜି ଓ ଏସ୍ପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସପି ଗୋବିନ୍ଦ ଚନ୍ଦ୍ର ସେଠୀ ଘଟଣାର ତଦନ୍ତ କରିବା । ସହ ରିପୋର୍ଟ ଦେଇଥିଲେ ୧୪ ତାରିଖ ଦିନ ଆଇଆଇସି ଶ୍ରୀ ସାହୁଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଥିଲା ।ପରେ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବିତ କରାଯାଇଛି । ଏବେ ପୁଲିସ ଉକ୍ତ ଭାଇରାଲ୍ ଅଡ଼ିଓକୁ ନେଇ ଘଟଣାର ଅନ୍ୟ ଦିଗ ସମ୍ପର୍କରେ ତଦନ୍ତ ଜାରି ରଖିଛି।
ମହଙ୍ଗା ପଡ଼ିଲା ଡଟ୍ ମାଫିଆଙ୍କ ସହ ସମ୍ପକ; ଜଳେଶ୍ଵର ଥାନା ଆଇଆଇସି ନିଲମ୍ବିତ
|
August 17, 2020 |



