ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ୩ଜଣ ଗୁରୁତର

Spread the love
ଢେ଼ଙ୍କାନାଳ/୦୨/୦୪/ସନ୍ଧାନ ନିଉଜ୍/ଢେଙ୍କାନାକ କପିଳାସ ମୁଖ୍ୟ ରାସ୍ତା ନାଗିଆପସି ଛକ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ସୂଚନା ଥାଉକି ତିନିଜଣ ବାଇକ ଯୋଗେ କପିଳାସ ବୁଲିବାକୁ ଆସିଥିଲେ । ଘରକୁ ଫେରୁଥିବା ସମୟରେ ନାଗିଆପସି ଛକ ନିକଟରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୃଘଟଣାରେ ବାଇକ୍ ରେ ଯାତ୍ରା କରୁଥିବା ତିନିଜଣ  ସୁରେଶ ଦେହୁରୀ(୨୦), ସିଲୁ ଦେହୁରୀ (୨୨) କାଇଁସ  ଢେଙ୍କାନାଳ ଓ ଜୋତ୍ସା ପ୍ରଧାନ (୨୦) ମଧୁସାହୁପାଟଣା ଭାପୁର ଗୁରୁତର ଆହତ ହୋଇଥିଲେ  । ଗୁରୁତର ଅବସ୍ଥାରେ ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିବରୁ କଟକ SCB ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । ଟ୍ରକ ଓ ବାଇକ ବିରାଡିଆ ଫାଣ୍ଡି ଦ୍ଵାରା ଜବତ କରାଯାଇଛି।

Related Posts

About The Author

Add Comment