ଭଦ୍ରକ,୨୮/୧୦ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତ୍ରିଶଳପୁର ଛକ ନିକଟରେ ଏକ ପିକଅପ ଏମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଉଭୟ ଏକ ମୋଟର ସାଇକେଲ ଯୋଗେ ମାମୁଁ ଘର ରାଣୀତାଲ ନିକଟରେ ଥିବା ବାଂଗାଲପୁରରୁ ନିଜ ଘର ଅନିଜ ପଞ୍ଚାୟତ ନାରିପୁରକୁ ଫେରୁଥିଲେ l ମୃତକଙ୍କ ପରିଚୟ ଜଗନ୍ନାଥ ପଣ୍ଡା (22)ମାମାଲି ପଣ୍ଡା (8) । ଅଘଟଣ ପରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳିଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଗାଡି ଟି ଭାରସାମ୍ଯ ହରାଇ ଓଲଟି ପଡିଥିବା ବେଳେ ଡ୍ରାଇଭ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। Report- R Nayak
ମର୍ମନ୍ତୁଦ ସଡକ ଦୁର୍ଘଟଣା : କକା ଓ ଝିଆରୀଙ୍କ ଶୋଚନୀୟ ମୃତ୍ୟୁ
|
October 28, 2019 |
