ଭୁବନେଶ୍ୱର, ୨୯/୧୦ (ସନ୍ଧାନ ନିଉଜ): ମମିତା ହତ୍ୟାକାଣ୍ଡ ମାମଲାରେ ସବୁଠାରୁ ଅଧିକ ବିବାଦୀୟ ହୋଇପଡିଥିବା ରାଜ୍ୟ ଗୃହରାଷ୍ଟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ପ୍ରଥମଥର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ପ୍ରେସ୍ ବିବୃତି ଜରିଆରେ ପ୍ରଥମଥର ମମିତା ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁ ଦୁଃଖିତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଏବଂ ଆଇନ୍ ଅନୂଯାଇ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏହା ସହିତ ମିଥ୍ୟ ତଥ୍ୟା ଆଧାରରେ କିଛି ଗଣମାଧ୍ୟମ ମନ୍ତ୍ରୀଙ୍କ ଚିରିତ୍ର ସଂହାର କରିଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରି ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କହିଛନ୍ତି ଜନ ପ୍ରତିନିଧି ମାନେ ଏହି ଭଳି ସାମାଜିକ କାର୍ଯ୍ୟରେ ଯୋଗ ଦେଇଥାନ୍ତି ଏବଂ ଏଥିରେ କୌଣସି ଅପରାଧ ନାହିଁ । ଯଦି ମୁଁ ଏଭଳି କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ତେବେ ସେଥିରେ ମୋରା କିଛି ଅପରାଧ ନାହିଁ । ଯଦି ମୋ ବିରୋଧରେ କିଛି ପ୍ରମାଣ ଅଛି ତେବେ କୋର୍ଟକୁ ଦିଅନ୍ତୁ ବୋଲି ଆଜି ପ୍ରେସ୍ ବିବୃତି ଜାରି କରି ମନ୍ତ୍ରୀ ସଫେଇ ଦେଇଛନ୍ତି ।




