ମନସ୍ତାପ

Spread the love

ସୋନୁ ଗପ ଶୁଣିବା ପାଇଁ ଜେଜେଙ୍କ ପାଖେ ଜିଦ କରୁଥିଲା। ରାଜେନ୍ଦ୍ର ବାବୁ ଛୋଟ ପିଲାଟିର ଜିଦ ଆଗରେ ହାର ମାନି ଗପ ଆରମ୍ଭ କଲେ।

“ବିଭୁ ବୋଲି ଗୋଟେ ପିଲାଟିଏ ଥିଲା ଠିକ ତୋ ପରି , ପଢ଼ା ଅପେକ୍ଷା କ୍ରିକେଟ ଖେଳରେ ତାର ଭାରି ମନ। ତା ବାପା କିନ୍ତୁ ତାର ଖେଳକୁ ପସନ୍ଦ କରନ୍ତିନି। ସେ ଚାହାନ୍ତି ତାଙ୍କ ପୁଅ ପାଠ ପଢା ଉପରେ ଧ୍ୟାନ ଦେଉ ଆଉ ବଡ ହେଇ ଭଲ ଡାକ୍ତରଟିଏ ହେଉ। ଧୀରେ ଧୀରେ ଲୋକମାନେ ବିଭୁର ବାପାଙ୍କୁ ତାର କ୍ରିକେଟ ଖେଳ ବିଷୟରେ କହିଲେ ଏବଂ ତାକୁ କ୍ରିକେଟର କରିବାକୁ କହିଲେ କିନ୍ତୁ ସେ କାହା କଥା ନ ଶୁଣି  ତାକୁ କ୍ରିକେଟ ଖେଳରୁ ଦୁରେଇ ପାଠପଢା ରେ ଧ୍ୟାନ ଦେବାକୁ କହିଲେ। ବିଭୁ ଭୟରେ ବାପାଙ୍କୁ କିଛି କହିନପାରିଲେ ମଧ୍ୟ ମନେମନେ ବହୁତ ଦୁଃଖ ପ୍ରକାଶ କରେ। ଦିନ ୧୬ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରୀଡ଼ା ରେ ଖେଳୁଥାଏ,ତା ବାପା ସେହି ବାଟ ଦେଇ ଫେରୁଥାନ୍ତି। ପଡ଼ିଆରେ ତାକୁ ଦେଖି ଅଟକିଗଲେ ଓ ଲୋକଙ୍କ ସାମ୍ନାରେ ତାକୁ ମାରିବା ସହ ଘରକୁ ଆଣିଆସିଲେ। ସେହିଦିନଠାରୁ ବିଭୁ ଆଉ ବ୍ୟାଟ ଧରିନି।”

ଆଗକୁ କାହାଣୀ ବଢାଇବା ପୂର୍ବରୁ ରାଜେନ୍ଦ୍ର ବାବୁ ଦେଖିଲେ ସୋନୁ ଶୋଇପଡିଛି। କାହାଣୀ କହିବା ଭିତରେ ତାଙ୍କ ଆଖିରୁ ମଧ୍ୟ ଲୁହ ବାହାରିଯାଇଛି। ଲୁହ ପୋଛୁ ପୋଛୁ ଭାବୁଥାନ୍ତି ସେଦିନ ଯଦି ସେ ଅଟକାଇନଥାନ୍ତେ ତେବେ ଆଜି ବିଭୁ ଜଣେ ସଫଳ କ୍ରିକେଟର ହୋଇପାରିଥାନ୍ତା। କିନ୍ତୁ ତାଙ୍କ ଜିଦ ଯୋଗୁ ନା ବିଭୁ କ୍ରିକେଟର ହୋଇପାରିଲା ନା ଡାକ୍ତର। ବର୍ତ୍ତମାନ ନିଜ ଭୁଲ ନିଷ୍ପତ୍ତି ପାଇଁ ମନସ୍ତାପ କରିବେ କି ବିଭୁ କୁ କ୍ରିକେଟର ହେବାରୁ ଅଟକାଇଛନ୍ତି ବୋଲି ଖୁସି ହେବେ!

 

A P ଶୁଭକାନ୍ତ

Related Posts

About The Author

Add Comment