ମଧ୍ୟ ପ୍ରାଚିୟ ଯୁଦ୍ଧ ଆଣିବ କି ଭାରତ ରେ ଅର୍ଥନୈତିକ ସଂକଟ

Spread the love

ସାରା ବିଶ୍ବରେ ଏବେ ଚର୍ଚ୍ଚା ର ବିଷୟ ବସ୍ତୁ, ଆମେରିକା ଓ ଇରାନ ଯୁଦ୍ଧ ଏକ ବିଶ୍ଵ ଯୁଦ୍ଧ ର ରୂପ ନେବ କି? ଯୁଦ୍ଧ କୁ ପ୍ରଶମିତ ବା ବନ୍ଦ କରିବାକୁ ପାକିସ୍ତାନ ରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏବେ ବିଶ୍ଵ ବାସୀ ଚିନ୍ତିତ। ଇରାନ ତା ଜିଧ୍ ର ଅଟଳ, ଆମେ ଆମେରିକା ଆଗରେ ମୁଣ୍ଡ ନୁଆଇଁ ପରିବୁ ନାହିଁ। ଏପଟେ ଆମେରିକା ଚିନ୍ ପରି ଦେଶ କୁ ଧମକ ପୂର୍ଣ୍ଣ ଚିଠି ଲେଖିବା ବିଶ୍ଵ ଯୁଦ୍ଧ ଆଡ଼କୁ ଇଙ୍ଗିତ କରିବା ଚର୍ଚ୍ଚା କୁ ସୁରାକ ଯୋଗାଇଛି। ଭାରତ ତେଲ ଓ ଗ୍ୟାସ୍ ଉପରେ ଇରାନ ଉପରେ ନିର୍ଭର ଶିଳ । ଯଦି ଠିକ୍ ସମୟ ରେ ଇରାନ ରୁ ତେଲ ଓ ଗ୍ୟାସ୍ ଭାରତ ରେ ନ ପହେଞ୍ଚେ, ଦେବେ ଭାରତ ରେ ଅର୍ଥନୈତିକ ସୁନାମୀ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ। ତେଲ ଓ ଗ୍ୟାସ୍ ର ଅଭାବ ଭାରତ ରେ ରହିଲେ ଏହା ନିତ୍ୟବ୍ୟବହୃତ୍ ଦ୍ରବ୍ୟ ଉପରେ ପ୍ରଭାବ ପକାଇବ। ଯେମିତି ବାଙ୍ଗାଲୋର ରେ ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର୍ ଛହଜାର ଟଙ୍କା ରେ ମିଳୁଛି। ଏପରି ସ୍ଥିତି ଲାଗି ରହିଲେ ଭାରତ ରେ ଅର୍ଥନୈତିକ ସୁନାମୀ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସମସ୍ତ ଦେଶ ଏକ ହୋଇ ଏ ସମସ୍ୟା ର ସମାଧାନ କଲେ ହୁଏ ତ ବିଶ୍ଵ ଏକ ଧ୍ଵଂସ ମୁଖ ରୁ ରକ୍ଷା ପାଇ ଯାଆନ୍ତା। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁକୁ ସନ୍ଧାନ।

Related Posts

About The Author

Add Comment