ମଧୁବନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମହିଳାଙ୍କୁ ସୁନା ଫେରାଇଲେ

Spread the love

ଯାଜପୁର ସଦର, :୬/୫/୨୬ (ସନ୍ଧାନ ନ୍ୟୁଜ )  ଏହିପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଧୁବନ ସ୍ଵାସ୍ଥ୍ୟ କେନ୍ଦ୍ରରେ । ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ମହିଳାଙ୍କ ସୁନା ଅଳଙ୍କାର ବ୍ୟାଗ୍ ବାଟରେ ପଡିଥିବା ବେଳେ ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲା କୁଆଖିଆ ଥାନା ନିକଟସ୍ଥ ରାହାମ୍ଵା ପଞ୍ଚାୟତ ଚନ୍ଦନେଶ୍ଵର ରାସ୍ତା ନିକଟରେ ମଧୁବନ ମେଡିକାଲର ଡାକ୍ତର ଯାଉଥିବା ବେଳେ ରଶ୍ମିରଂଜନ ପୋସାୟତ ଏକ ସୁନା ଅଳଙ୍କାର ବ୍ୟାଗ ଶ୍ରୀ ପୋସାୟତ ପାଇଥିଲେ । ଯାଞ୍ଚ ହେବାପରେ ସେଥିରେ ସୁନା ଅଳଙ୍କାର ଏବଂ ରସିଦ ଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଡାକ୍ତର କୁଆଖିଆ ଥାନା ଆଇଆଇସି ସୁସାନ୍ତ ସେଠିଙ୍କୁ ଜଣାଇବା ପରେ ଥାନା ଆଇଆଇସି  ଶ୍ରୀ ସେଠି ଘଟଣା ସ୍ଥଳରେ ପହଞ୍ଚି ବ୍ୟାଗକୁ ଯାଞ୍ଚ କରିଥିଲେ । ସେହି ବ୍ୟାଗରେ ସୁନା, ରୁପା ଅଳଙ୍କାର ବିଲ୍‌ ଏହା କୁଆଖିଆ ଥାନା ଟିକରପଡ଼ା ଅଞ୍ଚଳର ବେବିନା ରଣାଙ୍କର ଜଣାପଡିଥିଲା । ଏ ନେଇ ଥାନା ପକ୍ଷରୁ ବେବିନାକୁ ଡକାଯାଇଥିବାବେଳେ ବ୍ୟାଗରେ ରହିଥିବା ଏକ ସୁନା ଚେନ୍,ମଙ୍ଗଳସୂତ୍ର,୫ଟି ସୁନା ଲକେଟ, କାନ ଫୁଲ, ୨ ହଳମୁଦି,ରୁପା ପାଉଁଜି ସହିତ । ୧୧୫୦ ଟଙ୍କା ରହିଥିବା ଜଣାପଡ଼ିଥିଲା । ବ୍ୟାଗରେ ଥିବା ସୁନାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ଵ ହେବ ବୋଲି ଜଣାଯାଇଛି । ହଜିଯାଇଥିବା ଅଳଙ୍କାର ବେବିନା ପାଇ ଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଠା ଖୁଆଇ କୃତଜ୍ଞତା ଜଣାଇବା ସହିତ ପସାୟତ ମହତ୍ଵ ପଣିଆ ଆଗରେ ବେବିନା ମୁଣ୍ଡ ନୁଆଁଇଲେ ଏଠାରେ ସୂଚନା ଯୋଗ୍ୟ ଯେ ମହିଳା ଜଣକ ଟିକରପଡା ଶାଶୁ ଘରକୁ ଅଟୋ ରିକ୍ସାରେ ଆସୁଥିବା ବେଳେ କୌଣସି କାରଣ ବସତ ଏହି ବ୍ୟାଗଟି ପଡ଼ିଥିଲା । ଯାହାକି ମଧୁବନ ଡାକ୍ତର ପସାୟତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା  ଜଣାଉଛନ୍ତି ।

Related Posts

About The Author

Add Comment