ବୈପାରିଗୁଡା, ୩୧/୩ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ମଡେନ ଇଂରାଜୀ ବିଦ୍ୟାଳୟ ର ୪ର୍ଥ ବାର୍ଷିକ ଉତ୍ସବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିଶ୍ଵଜିତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାୟଗଡ଼ା ଜିଲ୍ଲାର ଅବସରପ୍ରାପ୍ତ ଡି.ଆଇ.ଇ.ଟି ର ଅଧ୍ୟକ୍ଷ ଡାକ୍ତର ଯୁଗଳ କିଶୋର ମିଶ୍ର ଯୋଗ ଦେଇଥିଲେ ।ସେହିପରି ସମ୍ମାନିତ ଅତିଥି ଭାବେ ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ପଟ୍ଟନାୟକ,ବୈପାରିଗୁଡା ର ବରିଷ୍ଠ ଆଇନଜୀବି ତଥା ମଡେନ ଇଂରାଜୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପି. ରମେଶ ପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ପି. ସୁରେଶ ପାତ୍ର ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ମଡେନ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପଟ୍ଟନାୟକ ଦ୍ଵାରା ବାର୍ଷିକ ବିବରଣୀ ପାଠ କରି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରୁସ୍କୃତ କରାଯାଇ ଶେଷରେ ସାଂସ୍କୃତିକ କାର୍ୟ୍ୟକ୍ରମ କରଯାଇଥିଲା।ଛାତ୍ରଛାତ୍ରୀ ମାନଙ୍କ ଖୁସି ଓ ଇଛା ହେଉଛି ଆମର ଲକ୍ଷ,ପିଲାମାନଙ୍କ ମଧ୍ୟରେ ଥିବା ଆବେଗ କୁ ସାଉଁଟି ସେମାନଙ୍କୁ ଉତ୍ସାହିତ କଲେ ସେମାନଙ୍କ ବ୍ୟକ୍ତିଗତ ଲାଭ ହେବା ସହ ବିଦ୍ୟାଳୟ ଓ ସମାଜର ମଧ୍ୟ ଉନ୍ନତି ହେଇଥାଏ ବୋଲି ମୁଖ୍ୟ ବକ୍ତା ଡାକ୍ତର ଯୁଗଳ କିଶୋର ମିଶ୍ର ପ୍ରକାଶ କରିଥିଲେ ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।



