ମଙ୍ଗଳପୁର ଥାନା ତ୍ରିନାଥ ମନ୍ଦିର ବାର୍ଷିକ ଉତ୍ସବ

Spread the love

ଯାଜପୁର ସଦର, : ୨୨/୪/୨୬ (ସନ୍ଧାନ ନ୍ୟୁଜ ) ଦଶରଥପୁର ବ୍ଲକସ୍ତ ମଙ୍ଗଳପୁର ଥାନା ପରିସରରେ ଅବସ୍ଥିତ ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ସୋମବାର ପବିତ୍ର ଅକ୍ଷୟ ତୃତୀୟ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରାତ ସମୟରେ ପ୍ରଭୁ ବ୍ରହ୍ମା,ବିଷ୍ଣୁ,ମହେଶ୍ୱରଙ୍କୁ ସ୍ନାନ ସାରିବା ପରେ ହୋମ ଯଜ୍ଞ କରାଯାଇଥିଲା।କର୍ତ୍ତାଭାବେ ଦିପ୍ତୀରଞ୍ଜନ ସାହୁ ଓ ତାଙ୍କ ସହ ଧର୍ମିଣୀ ସୁଶ୍ରୀସଂଗୀତା ସାହୁ ସଂକଳ୍ପ କରିଥିବା ବେଳେ ପୁରୋହିତ ଶରତ ଚନ୍ଦ୍ର ପଣ୍ଡାଙ୍କ ପୂଜାର୍ଚ୍ଚନାରେ ଥାନା ପରିସରର ପ୍ରକମ୍ପିତ ହୋଇଥିଲା।ମନ୍ଦିର ସମେତ ସମ୍ପୂର୍ଣ ଥାନା ପରିସର ଆଲୋକ ଓ ତୋରଣରେ ସୁସଜ୍ଜିତ କରାଯାଇଥିବା ବେଳେ ଥାନା ତରଫରୁ ସନ୍ଧ୍ୟା ସମୟରେ ୩୦୦୦ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ କୁମାର ବେହେରାଙ୍କ ନେତୃତ୍ୱରେ ଏସଆଇ ଅନିତା ପ୍ରଧାନ,ଏସଆଇ ସଂକେତ ପଲ୍ଲାଇ,ଏଏସଆଇ ଜଟାଧାରୀ ଦାସ,ଏଏସଆଇ ଘନଶ୍ୟାମ ନାୟକ,ଏଏସଆଇ ସଂଯୁକ୍ତା ପଣ୍ଡା,ପ୍ଲାବନ ମହାପାତ୍ର,ବସନ୍ତ ମଲ୍ଲିକ,ଚିତ୍ତରଞ୍ଜନ ଜେନା,ଅକ୍ଷୟ ରାଉତଙ୍କ ସମେତ ସମସ୍ତ ଥାନାର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଧୂମଧାମରେ ଶେଷ ହୋଇଛି।ମଙ୍ଗଳପୁର ଥାନାର ଏହି ଭଳି କାର୍ଯ୍ୟ ପାଇଁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଯାଜପୁର ବିଧାୟିକା ସୁଜାତା ସାହୁ,ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର,,ବିଜେପି ଯୁବନେତା ନେତା ପ୍ରମୋଦ ପୁହାଣ ପ୍ରମୁଖ ପ୍ରଶଂସା କରିଛନ୍ତି।

Related Posts

About The Author

Add Comment