ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 2ବଖରା ଘର

Spread the love

ବୌଦ୍ଧ, ୨୫/୦୪/୨୧ (ସନ୍ଧାନ ନିଉଜ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗ୍ରାମର ଅନନ୍ତ ଭୋକ୍ତା ଏବଂ ସନନ୍ତ ଭୋକ୍ତାଙ୍କ ଘରେ ନିଆଁ ଲାଗି ଘର ସମେତ ସମସ୍ତ ଆଶ୍ଵାସ ପତ୍ର ନିଆଁରେ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ତେବେ କୌଣସି କାରଣରୁ ବାଡ଼ିରେ ଥିବା ପାଳ ଗଦାରେ ନିଆଁ ଲାଗି ଘରକୁ ମାଡି ଯାଇଥିଲା । ନିଆଁ ଲାଗିବା ଜାଣି ଗାଁ ଲୋକଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୁଇଟି ପରିବାରର ବାସଗୃହ ସମେତ ଘରେ ଥିବା ସମସ୍ତ ଆସବାସ ପତ୍ର ପୋଡି ଯାଇଛି । ଦୁଇ ଅଗ୍ନିବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment