ଭୟଙ୍କର ରୂ‌ପ ନେଲା ଲିବିୟା ହିଂସା, ୨ ସପ୍ତାହରେ ମଲେଣି ୨୦୦

Spread the love

ନୂଆଦିଲ୍ଲୀ, ୨୦/୪ (ସନ୍ଧାନ ନିୟୁଜ) : ଲିବିୟା ରାଜଧାନୀ ତ୍ରିପୋଲିରେ ଲାଗି ରହିଥିବା ହିଂସା ଏବେ ଭୟଙ୍କର ରୂପ ନେଇଛି। ତ୍ରିପୋଲିକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ବିଦ୍ରୋହୀ ଗୋଷ୍ଠୀ ଉଦ୍ୟମ ଜାରି ରଖିଥିବାବେଳେ ଏହାକୁ ନେଇ ପ୍ରବଳ ହିଂସା ଉପୁଜିଛି। ଗତ ୨ ସପ୍ତାହ ମଧ୍ୟରେ ହିଂସା ଯୋଗୁଁ ୨୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ତ୍ରିପୋଲିରୁ ଭାରତୀୟ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଏବେ ବି ୫୦୦ରୁ ଅଧିକ ଭାରତୀୟ ନାଗରିକ ସେଠାରେ ରହିଥିବା ଜଣାପଡ଼ିଛି। ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ସେମାନଙ୍କୁ ତୁରନ୍ତ ତ୍ରିପୋଲି ଛାଡ଼ିବାକୁ କହିଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ବିମାନ ଚଳାଚଳ କରୁଛି। ତେଣୁ ‌ସେମାନଙ୍କୁ ଏବେ ହିଁ ‌ତ୍ରିପୋଲି ଛାଡ଼ିବାକୁ ପଡ଼ିବ। ବିଳମ୍ବ ହୋଇଗଲେ ସ୍ଥିତି ଅଣାୟତ ହୋଇଯିବ ବୋଲି ସୁଷମା ଆଜି କହିଛନ୍ତି। ଉଲ୍ଲେଖଯୋଗ୍ୟ ଲିବିୟାର ମିଲିଟାରି କମାଣ୍ଡର ଖଲିଫା ହାଫତର ଜାତିସଂଘ ସମର୍ଥିତ ପ୍ରଧାନମନ୍ତ୍ରୀ ଫୟେଜ ଅଲ ସରାଜ୍‌ଙ୍କୁ କ୍ଷମତାରୁ ହଟାଇବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ କେନ୍ଦ୍ର କରି ତ୍ରିପୋଲିରେ ପ୍ରବଳ ହିଂସା ଉପୁଜିଛି।

Related Posts

About The Author

Add Comment