ବଲାଙ୍ଗିର , ୦୯/୦୯ (ସନ୍ଧାନ ନିୟୁଜ) ବଲାଙ୍ଗିର ସହର ଶାନ୍ତପଡାରେ ଭଡ଼ାଘରୁ ଜଣେ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ରମଣୀକାନ୍ତ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟିର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ପଢ଼ୁଥିଲେ ।
ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ,ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି। ରମଣୀକାନ୍ତ ରୋଷେଇ ଘରେ ଥିବା ରେଲିଂରେ ଝୁଲିଥିବା ସାଙ୍ଗସାଥୀ ଦେଖିଥିଲେ ।
ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ରୁମ୍ ଭିତରେ ପହଞ୍ଚିଥିଲା, ହେଲେ ମୃତଦେହ ଉଦ୍ଧାର କରି ନଥିଲା। ଆଜି ସକାଳେ ରମଣୀକାନ୍ତଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା।