ବୁର୍ଲା, ୭/୧୦ (ସନ୍ଧାନ ନିଉଜ) : ବୁର୍ଲା ଭିମସାରର ମେଡ଼ିକାଲ କଲେଜେ ଏମବିବିଏସ ଛାତ୍ରସଂସଦ ପକ୍ଷରୁ କରାଯାଇଥିବା ଅନେକ ଦିନର ଦାବୀ ରବିବାର ପୂରଣ ହୋଇଛି। ସୁଚନା ଥାଉକି ଗତ ୨୦୧୮-୧୯ ମସିହାର ଭିମସାରର ଏମବିବିଏସ ଛାତ୍ରସଂସଦର ସଭାପତି ଦେବକିନନ୍ଦନ ସେନାପତି ଅନଲାଇନରେ କଲେଜ ଫି ପୈଠ ବ୍ୟବସ୍ତା କରାଯିବା ପାଇଁ ଦାବୀ ଉପସ୍ତାପିତ କରିଥିଲେ। ତାହା ରବିବାର ଭିମସାର କଲେଜ ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର ଏବଂ ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ଦତ୍ତଙ୍କ ଉଦ୍ୟମ କ୍ରମେ କାର୍ୟ୍ୟକାରୀ ହୋଇଛି। ଯାହାଫଳରେ ଏଟିଏମର ଲମ୍ବାଲାଇନ ଆଉ ମେଡ଼ିକାଲ ଛାତ୍ରଛାତ୍ରୀ ମାନଙ୍କୁ ଲାଗିବାକୁ ପଡ଼ିବ ନାହିଁ ଏବଂ ସେମାନେ ଯେଉଁଠାରେ ବସି ତାଙ୍କ ମୋବାଇଲ ମାଧ୍ୟମରେ ଅନଲାଇନରେ ସମସ୍ତ ଫି ପୈଠ କରିପାରିବେ।
ଭିମସାର ମେଡ଼ିକାଲ କଲେଜରେ ଫି ପୈଠ ପାଇଁ ଏଣିକି ଅନଲାଇନ ବ୍ୟବସ୍ତା
|
October 7, 2019 |



