ଭିକ ମାଗୁଥିବା ପୂର୍ବତନ ଯବାନଙ୍କୁ ସାହାଯ୍ୟ କଲେ କ୍ରିକେଟର ଗୌତମ ଗମ୍ଭୀର

Spread the love

ନୂଆଦିଲ୍ଲୀ, ୨/୨ (ସନ୍ଧାନ ନିୟୁଜ): ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ପୂର୍ବତନ ଯବାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଗମ୍ଭୀରଙ୍କ କାରଣରୁ ଭିକ ମାଗୁଥିବା ଜଣେ ପୂର୍ବତନ ଯବନଙ୍କୁ ସେନା ତରଫରୁ ସାହାଯ୍ୟ ମିଳିପାରେ ବୋଲି ଆଶା କରାଯାଇଛି। ଯାହାକି ଅନେକ ଦିନ ହେବ ଅଟକି ରହିଥିଲା।

ଶନିବାର ଗମ୍ଭୀର ଜଣେ ବ୍ୟକ୍ତିଙ୍କ ଫଟୋ ଟୁଇଟ କରି ଲେଖିଥିଲେ, ଇଏ ହେଉଛନ୍ତି ପୂର୍ବତନ ଯବାନ। ତାଙ୍କୁ ସାହାଯ୍ୟ ନମିଳିବା ହେତୁ ଆଜି ସେ କଣ୍ଟାଟ୍‌ ପ୍ଲେସ୍‌ର ଏ ବ୍ଲାକ୍‌ରେ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି। ଗମ୍ଭୀରଙ୍କ ଏହି ଟୁଇଟ ପରେ ପ୍ରତିରକ୍ଷା ମନ୍ତ୍ରୀ ଉକ୍ତ ଯବାନଙ୍କ ସାହାଯ୍ୟ ପାଇଁ ପ୍ରତିଶ୍ରୃତି ଦେଇଛନ୍ତି। ଏବଂ ଗମ୍ଭୀର ଏହି କଥାକୁ ସେୟାର କରିଥିବା ହେତୁ ଧନ୍ୟବାଦ ବି ଦେଇଛନ୍ତି। ଖୁବ୍‌ଶୀଘ୍ର ଯବାନଙ୍କ ସାହାଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶ୍ରୃତି ହୋଇଛନ୍ତି। ଏଭଳି ଉତ୍ତର ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଗମ୍ଭୀର।

ଗମ୍ଭୀର ଫୋଷ୍ଟ କରିଥିବା ପିତାମ୍ବରନଙ୍କ ଆଇଡି ଦେଖି ଜଣାପଡ଼ୁଛି, ସେ ୧୯୬୫ରୁ ୧୯୭୧ରେ ଭାରତୀୟ ସେନାରେ କାମ କରୁଥିଲେ।

Related Posts

About The Author

Add Comment