ଭାରସାମ୍ୟ ହରାଇ  ବାଇକ୍ ଚାଳକଙ୍କ ମୃତ୍ୟୁ

Spread the love
ବାଲିଗୁଡା, ୩୧/୩/୨୬ (ସନ୍ଧାନ ନ୍ୟୁଜ ) :  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନାଡ଼ାପାଟାଙ୍ଗ ଗ୍ରାମର କୁମ୍ଭାର ସାହି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ପୋଲ ତଳକୁ  ମୋଟର ସାଇକେଲ ଖସି ଯିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି  l ମୃତକ ଜଣକ ବାରଖମା ଗୁମା ସାହିର ନିରଞ୍ଜନ ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରବିବାର ଦିନ  ନିରଞ୍ଜନ କୌଣସି କାମରେ ସୁଡ୍ରା ଗ୍ରାମକୁ ଯାଇ ସେଠାରୁ ବିଳମ୍ବିତ ରାତିରେ ଗାଁ କୁ ଫେରୁଥିବା ବେଳେ ନାଡ଼ାପାଟାଙ୍ଗ ଗ୍ରାମର କୁମ୍ଭାର ସାହି ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ରାତି ତମାମ ସେଠାରେ ଆହତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସୋମବାର ସକାଳୁ ଅଞ୍ଚଳବାସୀ ଦେଖି ବାରଖମା ଫାଣ୍ଡି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ପହଁଞ୍ଚି ନିରଞ୍ଜନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍

Related Posts

About The Author

Add Comment