ଭାରସାମ୍ୟ ହରାଇ ଇବ ନଦୀରେ ଖସିଲା ହାଇୱା

Spread the love

ସୁନ୍ଦରଗଡ ତା:୨୯/୯/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଇବ ନଦୀ ବ୍ରିଜରେ ଏକ ସଡ଼କ ଦୁ୍ଘଟଣା ଘଟିଥିବା ସୂଚନା ରହିଛି । ଭାସ୍ମା ରୁ ରେମଣ୍ଡା କୁ ଯାଇଥିବା ମୁଖ୍ୟ ସଡ଼କ ଇବ ନଦୀ ପୋଲ ଉପରେ ଏକ ହାଇୱା ଭାରସାମ୍ୟ ହରାଇ ପୋଲ ତାଙ୍କୁ ଖସିପଡ଼ାଇଥିବା ସୂଚନା ମିଳିଛି ।ସୂଚନା ଅନୁସାରେ ହା ଦୃତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇପୋଲ ତାଙ୍କୁ ଖସି ପଡିଥିବା ଜଣାପଡିଛି । ଚାଳକ ଜଣକ ଙ୍କ ଚିହ୍ନଟ ହୋଇ ପାରି ନ ଥିବା ବେଳେ ସେ ଅଳ୍ପକେ ବାର୍ତିଯାଇ ଖସି ପକାଇଥିବା ଜଣାପଡିଛି ।ନଦୀର ସ୍ରୋତ ତୀବ୍ର ଥିବାରୁ ଗାଡ଼ି ଅଧା ବୁଡି ରହିଥିବା ଖବର ରହିଛି । ଘଟଣା ସ୍ଥଳକୁ ଭସ୍ହ୍ମା ପୋଲିସ ସହିତ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। କ୍ରେନ ସାହାଯ୍ୟରେ ଗାଡ଼ିକୁ ବାହାର କରାଯିବା କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । ସ୍ଥାନୀୟ ପୋଲିସ ତାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Related Posts

About The Author

Add Comment