ଭାରତୀୟ ସେନା ପକ୍ଷରୁ ଗୁଳିବର୍ଷା, ସେନାଙ୍କୁ ଆଲର୍ଟ ରହିବାକୁ ପାକିସ୍ତାନ ନିର୍ଦ୍ଦେଶ
ଭାରତୀୟ ସେନା ପକ୍ଷରୁ ଗୁଳିବର୍ଷା, ସେନାଙ୍କୁ ଆଲର୍ଟ ରହିବାକୁ ପାକିସ୍ତାନ ନିର୍ଦ୍ଦେଶ
Manas Kumar Rout |
August 4, 2019 |
ନୂଆଦିଲ୍ଲୀ, ୪/୮ (ସନ୍ଧାନ ନିଉଜ) ଭାରତୀୟ ସେନାଙ୍କ ଆକ୍ସନରେ ଡରିଯାଇ ଏବେ ନିୟନ୍ତ୍ରଣ ରେଖା ଏଲଓସି ନିକଟସ୍ଥ ପିଓକେରେ ଆଡଭାରଇଜରୀ ଜାରି କରିଛି ପାକିସ୍ତାନ । ଏଲଓସିରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଗୁଳିବର୍ଷା ପରେ ସେନାଙ୍କୁ ଆଲର୍ଟ ରହିବାକୁ ପାକିସ୍ତାନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଜମ୍ମୁ-କାଶ୍ମୀରର କେରନ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ଯୋଜନାକୁ ଭାରତୀୟ ଯବାନ ଭଣ୍ଡୁର କରି ଦେଇ ଥିବା ବେଳେ ସେନା ପକ୍ଷରୁ କରାଯାଇଥିବା ବଡ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୫ରୁ ୭ ସେନା ଓ ଆତଙ୍କବାଦୀ ନିହତ ହୋଇଛନ୍ତି ।
ତେବେ ମିଳିଥିବା ଖବର ମୁତାବକ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ପାକିସ୍ତାନୀ ସେନାଙ୍କ ସ୍ଥାନରେ ଆତଙ୍କବାଦୀମାନେ କ୍ୟାମ୍ପ କରି ପ୍ରଶିକ୍ଷଣ ନେଉଛନ୍ତି ।
Related Posts
About The Author