ଭାରତର ପ୍ରଥମ ନଗର ସଭ୍ୟତା ହରପ୍ପା

Spread the love

୧୯୨୧ ଖ୍ରୀଷ୍ଟାବ୍ଦରେ ସିନ୍ଧୁନଦୀର ଉପତ୍ୟକାରେ ପଶ୍ଚିମ ପଞ୍ଚାବସ୍ଥିତ ମୋଣ୍ଟେଗୋମେରୀ ଜିଲ୍ଲାର ହରପ୍ପାଠାରେ ଗୋଟିଏ ପ୍ରାଚୀନ ନଗରୀର ଧ୍ୱସାବଶେଷ ଆବିଷ୍କାର ଫଳରେ ଭାରତ ଇତିହାସରେ ଏକ ଗୁରୁତ୍ୱପୂଣ୍ଣର୍ ଅଧ୍ୟାଯ ଉନ୍ମୋଚିତ ହୋଇପାରିଛି। ଏହି ନଗରୀଟି ଥିଲା ଏକ ମହନୀୟ ସଭ୍ୟତାର ପୀଠସ୍ଥଳୀ। ଠିକ୍ ସେହିପରି ଏଚ ସଂସ୍କୃତି ମହେଞ୍ଜୋଦାରୋଠାରେ ଆବିଷ୍କୃତ ହୋଇଥିଲା। ଏହି ହରପ୍ପା ସଂସ୍କୃତି ସିନ୍ଧୁ ଓ ସରସ୍ୱତୀ ନଦୀ ଦ୍ୱୟ ମଧ୍ୟରେ ହୋଇଥିଲା।

ପ୍ରସିଦ୍ଧ କାରଣ

ଉପତ୍ୟକାର ଉବର୍ର ମୃତ୍ତିକା, ପ୍ରଚୁର ଜଳ ଓ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ଉପକରଣ ଅନାୟାସରେ ମିଳୁଥିବାରୁ ହରପ୍ପା ଉପତ୍ୟକା ପରିଣତ ହୋଇପାରିଥିଲା ଏକ ପ୍ରସିଦ୍ଧ ସଭ୍ୟତାରେ। ହରପ୍ପା ସଂସ୍କୃତି ଅନ୍ୟଚାହାରୀ ଦ୍ୱାରା ପ୍ରଭାବିତ ନ ହୋଇ ନିଜସ୍ୱ ନୀତିରେ ଗଢିଉଠିଥିଲା। ଯାହା ହିଁ ଥିଲା ପ୍ରସିଦ୍ଧ ହେବାର ମୁଖ୍ୟ କାରଣ।

ନଗର ନିର୍ମାଣ ଶୈଳୀ

ହରପ୍ପା ସଂସ୍କୃତିର ନଗରଗୁଡିକ ଥିଲା ସୁପରିକଳ୍ପିତ। ସେଗୁଡିକ ଅଗଣିତ ଅଟ୍ଟାଳିକାରେ ଅଳଙ୍କୃତ ହୋଇଥିଲା। କଟ୍ଟାଳିକାଗୁଡିକ ଥିଲା ସାର୍ବଜନୀନ ଓ ବ୍ୟକ୍ତିଗତ। ନଗରର ନିମ୍ନଭାଗରେ ବାସଗୃହ ରହିଥିବା ସ୍ଥଳେ ଉପରିଭାଗରେ ଶଷ୍ୟଗାର ସମେତ ଅଟ୍ଟାଳିକା ଗୁଡିକ ରହିଥିଲା। ବାହ୍ୟଶତ୍ରୁ ଆକ୍ରମଣ ଓ ଭୟଙ୍କର ବନ୍ୟା ଦେଖାଦେଲେ ନଗରବାସୀମାନେ ଉପରିଭାଗରେ ଆଶ୍ରୟ ନେଉଥିଲେ। କାରଣ ସେଗୁଡିକ ଅପେକ୍ଷାକୃତ ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା।

ସାମାଜିକ ସ୍ତରବିନ୍ୟାସ

ହରପ୍ପା ସମାଜ ତିନି ପ୍ରକାର ଲୋକଙ୍କ ଦ୍ୱାରା ଗଠିତ ହୋଇଥିଲା। ଗୋଟିଏ ଶ୍ରେଣୀରେ ଗଣମାନ୍ୟ ବ୍ୟକ୍ତି ଥିଲାବେଳେ ଅନ୍ୟ ଦୁଇ ଶ୍ରେଣୀର ଲୋକମାନେ ଥିଲେ ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀର ଯେଉଁମାନେ ପ୍ରାଚେରୀ ବେଷ୍ଟିତ ନଗରୀର ନିମ୍ନଭାଗରେ ବସବାସ କରୁଥିଲେ।

ନାଗରିକ ଜୀବନୀ

ହରପ୍ପା ନଗରମାନଙ୍କରେ ତିନିପ୍ରକାର ଅଟ୍ଟାଳିକାମାନ ନିର୍ମିତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ବାସଗୃହ, ସର୍ବସାଧାରଣ ଗୃହ ଓ ସର୍ବଜନୀନ ସ୍ନାନାଗାର। ବାସଗୃହ ରୂପେ ନିର୍ମିତ ଅଟ୍ଟାଳିକାଗୁଡିକ କରୁକାର୍ଯ୍ୟ ସମ୍ପନ୍ନ ନ ହୋଇ ସରଳ ଓ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ହୋଇଥିଲା। ଏକମହଲା ଅଟ୍ଟାଳିକାଗୁଡିକ ଦରିଦ୍ରଙ୍କ ପାଇଁ ଓ ବହୁ ମହଲା ଅଟ୍ଟାଳିକା ଧନୀକ ଶ୍ରେଣୀର ଲୋକଙ୍କ ଉବ୍ଦିଷ୍ଟ ଥିବାର ମନେହୁଏ। ବାସଗୃହ ବ୍ୟତୀତ ନଗରୀର ମଧ୍ୟଭାଗରେ ତିନୋଟି ବିଶାଳ ଅଟ୍ଟାଳିକା ନିର୍ମତ ହୋଇଥିବାର ଦେଖାଯାଏ। ସେଗୁଡିକ ଥିଲା ଖମ୍ବବିଶିଷ୍ଟ ସଭାଗୃହ, ଶସ୍ୟାଗାର ଓ ସାର୍ବଜନୀନ ସ୍ନାନାଗାର। ଚତୁଃପାର୍ଶ୍ୱରେ ଅନେକ ଛୋଟ ଛୋଟ କୋଠରୀଥିବା ଏକ ବହୁସ୍ତମ୍ଭ ବିଶିଷ୍ଟ ଗୃହ ଆବିଷ୍କୃତ ହୋଇଛି। ଏହା ସମ୍ଭବତଃ ଶିକ୍ଷାଳୟ ବା ବଜାର ଭାବେ ବ୍ୟବହୃତ ହେଉଥିଲା। ଏତଦବ୍ୟତୀତ ଅନେକ ବେଞ୍ଚ ପଡିଥିବା ଗୋଟିଏ ପ୍ରଶସ୍ତ ଅଟ୍ଟାଳିକା ମଧ୍ୟ ରହିଛି। ସମ୍ଭବତଃ, ଏହା ନଗରର ଶାସକ ବିଧାୟକ ଗୃହରୂପେ ବ୍ୟବହୃତ ହେଉଥିଲା। ମହେଞ୍ଜୋଦାରୋ ନଗରର ଭଗ୍ନସ୍ତୁପରୁ ଏକ ବିରାଟ ସର୍ବସାଧାରଣ ସ୍ନାନାଗାର ଉଦ୍ଧାର କରାଯାଇଛି। ଏଥିରେ ଗୋଟିଏ ବିରାଟ ଚଟାଣ, ମଧ୍ୟଭାଗରେ ଏକ ଜଳଭଣ୍ଡାର ଓ ତା’ର ଚାରିପଟେ ଗ୍ୟାଲେରୀ ଓ ଛୋଟ ଛୋଟ କୋଠରୀ ରହିଥିବାର ଦେଖାଯାଏ। ନଗରଗୁଡିକର ରାସ୍ତାଗୁଡିକ ଥିଲା ସିଧା ଓ ପ୍ରଶସ୍ତ। ରାସ୍ତାଗୁଡିକ ଆଲୋକିତ କରିବା ପାଇଁ ବତୀଖୁଣ୍ଟମାନ ରଖାଯାଇଥିଲା। ହରପ୍ପା ନଗରର ଅନ୍ୟ ଏକ ବୈଶିଷ୍ଟ୍ୟ ଥିଲା ତା’ର ଜଳ ନିଷ୍କାସନ ବ୍ୟବସ୍ଥା। ପ୍ରତ୍ୟକ ବାସଗୃହରୁ କ୍ଷୁଦ୍ର କ୍ଷୁଦ୍ର ନର୍ଦ୍ଦମାଗୁଡିକ ବାହାରି ପ୍ରଧାନ ନର୍ଦ୍ଦମା ସହିତ ମିଶିଥିଲା। ପୁନଶ୍ଚ ଏହି ନର୍ଦ୍ଦମାଗୁଡିକ ନେଇ ନଗରଠାରୁ ଦୂରରେ ନିର୍ମିତ ଏକ ବୃହଦାକାର କୁଣ୍ଡରେ ପକାଯାଉଥିଲା। ପୁନଶ୍ଚ ନଗରଟି ପୋଲିସ୍ ପହରା ଦ୍ୱାରା ସୁରକ୍ଷିତ ହୋଇଥିଲା। ମୋଟ ଉପରେ ହରପ୍ପା ଅଧିବାସୀମାନେ ଉଚ୍ଚୋକୋଟୀର ଜୀବନଯାପନ କରୁଥିଲେ।

www.sandhannews.com

Related Posts

About The Author

Add Comment