ଯାଜପୁର/ଜେନାପୁର ୦୧/୧୧ (ସନ୍ଧାନ ନିୟୁଜ) ରାସ୍ତା ନିର୍ମାଣ ପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରୁଥିବା ବେଳେ ବଭିନ୍ନ ଉପାୟରେ ଏହି ଅର୍ଥରାଶିକୁ ବାଟମରଣା କରାଯାଇଛି । କେଉଁଠି ରାସ୍ତାକୁ ଭେଜାଲ କରାଯାଉଛି ତ କେଉଁଠି ଉପଯୁକ୍ତ ଭାବେ ସରକାର ଧର୍ମଶାଳା ବ୍ଲକ ପାଖର ମାଣ୍ଡିଆ ଛକଠାରୁ ସମ୍ପାରୁ ପଂଚାୟତ କୁରିକଣା ଭାୟା ପାରିକ୍ଷେତ ପୂର୍ତ ବିଭାଗର ରାସ୍ତାକାମ ପାଇଁ ୭ କୋଟି ୯୫ ଲକ୍ଷ ୯୮ ହଜାର ୮୧୬ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି କାମକୁ ଏମ୍ଏସ୍ ସତ୍ୟସାଇ କନ୍ଷ୍ଟ୍ରକସନ୍ ନାମକ ଠିକାସଂସ୍ଥା ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇ କାର୍ଯ୍ୟ କରୁଛି । ୮/୦୨/୧୯ରୁ ଆରମ୍ଭ ହୋଇଥିବା ଏହି ରାସ୍ତା କାମ ଏବେ ଅଧାରୁ ଅଧିକ ସରିଲାଣି । କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲାଗାଯାଇ ସେଥିରେ କାର୍ଯ୍ୟର ସବିଶେଷ ବିବରଣୀ ଦେବାର ନିୟମ ରହିଥିଲେ ସୁଧା ଏଠାରେ ତାହାର ବ୍ୟତିକ୍ରମ କରାଯାଇଛି । ସୂଚନା ଫଳକରେ ରାସ୍ତାର ପ୍ରଶସ୍ତୀକରଣ ଓ ଦୃଢୀକରଣ ବୋଲି ଉଲ୍ଲେଖ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବାକଥା ହେଲା ଏହି ଠିକା ସଂସ୍ଥା ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଛି । କୁରିକଣାଠାରୁ ପାରିକ୍ଷେତ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱ୍ର୍ୟ ଯେତିକି ଚଉଡାରେ ଖୋଳିବା କଥା ତାହା ହୋଇନାହିଁ । ବାଲି ପକାଇ କମ୍ପାକ୍ସନ ପରେ ରାସ୍ତାର ମୋଟେଇ ଛଅ ଇଂଚ ରହିବା ଯାଗାରେ କେଉଁଠାରେ ଚାରି ଇଂଚ ତ କେଉଁଠାରେ ପାଂଚ ଇଂଚର ଦେଖାଯାଇଛି । ଭାଇବ୍ରେଟର ରୋଲର ବଦଳରେ ବଡ ରୋଲରରେ ବ୍ୟବହାର କରାଯାଉଥିବାରୁ ତାହା ଅଳ୍ପ ଦିନରେ ଭାଙ୍ଗିଯିବାର ଆଶଙ୍କା ରହିଛି । ରାସ୍ତାରେ ପଡୁଥିବା ଢଳେଇରେ ସିମେଂଟର ଭାଗ ବହୁତ କମ ରହିଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଜିଏସପିରେ ଡଷ୍ଟର ପରିମାଣ ଯଥେଷ୍ଟ ଅଧିକ ରହିଛି । ମେଟାଲର ପରିମାଣ କମ ରହିଛି ଓ ବଡ ସାଇଜର ବ୍ୟବହାର କରାଯାଇଛି । ଏହାକୁ ଲୁଚାଇବାକୁ ତରବରିଆ ଭାବରେ ଘୋଡାଇ ଦିଆଯାଇଛି । ଯେଉଁ ଦୁଇ ଫୁଟର ରାସ୍ତା ଚଉଡା କରାଯାଉଛି ତାହା ଭାଇବ୍ରେଟର ରୋଲରରେ ଚପା ହୋଇନଥିବାରୁ ରାସ୍ତାର ସେହି ପାଶ୍ୱର୍ରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଏନେଇ ସ୍ଥାନୀୟଲୋକ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟଶୈଳୀରେ କୌଣସି ପରିବର୍ତନ ନ ହୋଇ ପୂର୍ବତନ କାମ ଚାଲୁରହିଛି । ଯନ୍ତ୍ରୀ ଏହାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉନାହିଁ । ଏହା ଉପରେ ୫ଟି ସଚିବ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି ।
Report- Manash Rout