ଯାଜପୁର, 28.01.2021 (ସନ୍ଧାନ ନିଉଜ୍):– ଯାଜପୁର ଜିଲା ବୈରି ଥାନା ସାଳପଡା ଗ୍ରାମର ମଧୁ ସାହୁଙ୍କ ମଝିଆପୁଅ ସୁବାସ ସାହୁଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ ଭାଇକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି । । ସୁବାସ ଏବଂ ସାନଭାଇ ପ୍ରଫୁଲ୍ଲ ସହିତ ଜମିବାଡି ବିବାଦ ଥିଲା । ୨୦୧୬ ମସିହା ମାର୍ଚ୍ଚ ୧୫ ତାରିଖରେ ସକାଳୁ ଉଭୟଙ୍କ ମଧ୍ୟରେ ଜମିବାଡିକୁ ନେଇ ପାଟିତୁଣ୍ଡ ହୋଇଥିଲା । ସୁବାସ ପ୍ରଫୁଲ୍ଲକୁ ଜୀବନରୁ ମାରିଦେବାପାଇଁ ଧମକ ଦେଇଥିଲା । ସେହିଦିନ ରାତିରେ ପ୍ରଫୁଲ୍ଲ ସାଳପଡା ଛକକୁ ଯାଇଥିବା ସମୟରେ ସୁବାସ ଏକ ଭୁଜାଲିରେ ପ୍ରଫୁଲ୍ଲକୁ ହାଣିଦେଇଥିଲା । ଘଟଣା ସ୍ଥଳରେ ପ୍ରଫୁଲ୍ଲର ମୃତ୍ୟୁ ହୋଇଥିଲା । ଏବିଷୟରେ ପ୍ରଫୁଲ୍ଲ ସ୍ତ୍ରୀ କମଳା ସାହୁ ବୈରି ଥାନାରେ ଏତଲା ଦେଇଥିଲେ । ପୁଲିସ ସୁବାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୧୭ଜଣଙ୍କର ସାକ୍ଷୀ ପ୍ରମାଣକୁ ଆଧାର କରି ସୁବାସକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଜୋରିମାନା କରାଯାଇଛି ।
ଭାଇକୁ ହତ୍ୟା କରିବା ଆଭିଯୋଗ ରେ ଆଜୀବନ କାରାଦଣ୍ଡ
|
January 28, 2021 |



