ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼, ପୁଣି ଦଳ ଛାଡ଼ିଲେ ୫ ସମିତି ସଭ୍ୟ ଏବଂ ତୁଙ୍ଗ ନେତା

Spread the love
ଭଦ୍ରକ (ସନ୍ଧାନ ନ୍ୟୁଜ) : ଭଦ୍ରକରେ ଭୁଶୁଡ଼ୁଛି ବିଜେଡ଼ି ଗଡ଼ । ଗୋଟିଏ ପରେ ଗୋଟିଏ ବିଜେଡ଼ି ବ୍ଲକ୍ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଦଳ ଛାଡ଼ୁଛନ୍ତି । ଏହା ପରେ ସମିତି ସଭ୍ୟମାନେ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି । ପ୍ରଥମେ ତିନି ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ଏବଂ ୫ ଜଣ ସମିତି ସଭ୍ୟ ଓ ବହୁ କର୍ମକର୍ତ୍ତା ଦଳକୁ ବିଦାୟ କହିଦେଇଛନ୍ତି ।  ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ଆଗରପଡାସ୍ଥିତ ବାସଭବନରେ ଆୟୋଜିତ ଏକ ସାମ୍ଵାଦିକ ସମ୍ମିଳନୀରେ ଅନେକ ସମିତିସଭ୍ୟ ଓ ପଦାଧିକାରୀ ଇସ୍ତଫା ଦେଇଥିବାର ସୂଚନା ଦିଆଯାଇଛି । ବିଜେଡ଼ିର ୫ଜଣ ସମିତିସଭ୍ୟ ହେଲେ ବନ୍ତ ବ୍ଲକର ବିଟିପୁର ସମିତିସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା, ବଡ଼ବର୍ଚ୍ଚିକୟାଁ ସମିତିସଭ୍ୟ ସନ୍ତୋଷ କୁମାର ପହି, ନିଳୋକ ସମିତିସଭ୍ୟ ଉଦ୍ଧବ ଚରଣ ସେଠୀ, ଗଣିଜାଙ୍ଗର ସମିତିସଭ୍ୟ ମନୋରଞ୍ଜନ ସେଠୀ ଓ ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ ଇସ୍ତଫା ଦେଇଛନ୍ତି । ସେହିପରି ବନ୍ତ ବ୍ଲକ୍ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କାଶୀନାଥ ସେଠୀ, ତୋଡଙ୍ଗା ପଞ୍ଚାୟତର ଯୁବ ନେତା ପ୍ରଦୀପ୍ତ ସାମଲ, ଗୋପିନାଥପୁର ଯୁବ ସଭାପତି ବୈକୁଣ୍ଠ ଜେନାଙ୍କ ସହ ଗୋପିନାଥପୁର ପଞ୍ଚାୟତର ୧,୨,୩,୧୪ ଏବଂ ୧୬ନଂ ୱାର୍ଡର ୱାର୍ଡ ସଭ୍ୟମାନେ ମଧ୍ୟ ଦଳ ଛାଡ଼ିଛନ୍ତି ।

Related Posts

About The Author

Add Comment