ଭଦ୍ରକ, ୨୬/୨/୨୦ (ସନ୍ଧାନ ନିଉଜ) : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କର୍ମ ନିୟୋଜନ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆଜି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଓଡିଶା ରାଜ୍ୟ ବିକାଶ ଦକ୍ଷତା ପ୍ରାଧିକରଣ ନୋଡାଲ ଅଫିସର ଏସ୍.ଭି.ଏନ୍. ରାଓ, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ଭଦ୍ରକ ତହସିଲଦାର ଜ୍ୟୋତି ବିକାଶ ଦାଶ ଯୋଗ ଦେଇ ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳା ଦ୍ୱାରା ବିଶେଷ ଭାବେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ ମାନେ ସିଧାସଳଖ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରୁଛନ୍ତ୍ି । ଯାହା ଫଳରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଆତ୍ମନିର୍ଭରଶୀଳ ହେବା ସଂଗେ ସଂଗେ ପରିବାର ପ୍ରତିପୋଷଣ କରି ପାରିବେ ବୋଲି ମତ ପୋଷଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରଶାନ୍ତ କୁମାର ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ଭଦ୍ରକରେ ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳା
|
February 26, 2020 |