ଭଦ୍ରକ: ମଦମୃତ୍ୟୁ ପାଇଁ ଥାନା ଘେରାଉ

Spread the love

 ଭଦ୍ରକ ୧୯ /୬ (ସନ୍ଧାନ ନିୟୁଜ) ଭଦ୍ରକ ତିହିଡି ଥାନା ପୀରହାଟ ରେ ମଦମୃତ୍ୟୁ କୁ ନେଇ ରାଜନୀତି ଏବେ ଜୋର  ଧରିଛି  . ଗତ ଏପ୍ରିଲ  29 ତାରିଖ ଠିକ ନିର୍ବାଚନ ଦିନ ଜ଼ିଲ୍ଲା ର ଚାନ୍ଦବାଲି ଓ ତିହିଡି  ଅଞ୍ଚଳର ବିଷାକ୍ତ ମଦ ପିଇ 8 ରୁ ଉର୍ଧ୍ଵ ଜଣଙ୍କ ର ମୃତ୍ୟୁ ହୋଇଥିଲା .   ପ୍ରଶାସନ ଘଟଣା କୁ ଚାପିବା ପାଇଁ କେତୋଟି ହାତ ଗଣତି ଲୋକଙ୍କୁ ଗିରଫ କରି ଚୁପଚାପ  ବସିଯାଇଛି  . ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ ପ୍ରତିବାଦରେ   ଆଜି ଧାମନଗର ବିଧାୟକ ବିଷ୍ଣୁ ସେଠି ଙ୍କ ନେତୃତ୍ୱରେ ଚାନ୍ଦବାଲି ଓ ତିହିଡି ଅଞ୍ଚଳର ଶତାଧିକ ବିଜେପି କର୍ମୀ ତିହିଡି ଥାନା ଘେରାଉ  କରିଥିଲେ .  ଘଟଣା ଏତେଦିନ  ବିତିଯାଇଥିଲେ ସୁଦ୍ଧା କଣ ପାଇଁ ପ୍ରଶାସନ ଚୁପ ହୋଇ ବସିଛି  , ଅଭିଯୁକ୍ତ ମାନେ ଖୋଲମ ଖୋଲା ବୁଲୁଥିବା  ବେଳେ ତାଙ୍କ ପ୍ରତି ଅନୁକମ୍ପା  ପ୍ରଶାସନ ଦେଖାଉଥିବା ଧାମନଗର ଵିଧାୟକ ବିଷ୍ଣୁ ସେଠି କହିଛନ୍ତି , ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ   ତାହାଲେ ଆଗକୁ ପରିସ୍ଥିଥି   ଅସମ୍ଭାଳ  ହେବ ବୋଲି ବିଜେପି ନେତା ମାନେ କହିଛନ୍ତି .   ଅଭିଯୁକ୍ତ ଙ୍କ ଗିରଫ ଦାବି ରେ ଥାନା ଘେରାଉ .

Report- R Nayak

Related Posts

About The Author

Add Comment