ଭଦ୍ରକ ୯/୨/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ ଜିଲ୍ଳା ର ସାତ ଗୋଟି ବ୍ଲକ ର ପ୍ରାୟ ଦୁଇ ଶହ ପଞ୍ଚାୟତ ରେ ଚାଷୀ ମାନଙ୍କୁ ମୁଗ, ବିରି, ବୁଣିବା ପାଇଁ ରାଜ୍ୟ ସରକାର ଙ୍କ କୃଷି ବିଭାଗ ବିହନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ଚାଷୀ ମାନଙ୍କ କୃଷକ ପଞ୍ଜିକରଣ କାର୍ଡ ଥିବ ତାଙ୍କୁ ଏକର ପିଛା ଆଠ କିଲୋ ମୁଗ, ବିରି ଦିଆଯିବ ବୋଲି ଜିଲ୍ଳା କୃଷି ବିଭାଗ ପକ୍ଷରୁ ବ୍ଲକ କୃଷି ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀ ମାନେ ଏହି ବିହନ କୁ କ୍ଷେତ ରେ ବୁଣିଲେ କି ନାହିଁ ତାର ତଦାରଖ କରିବା ପାଇଁ ପଞ୍ଚାୟତ କୃଷି ଅଧିକାରୀ, ଓ ଗ୍ରାମ ସାଥୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ବ୍ଲକ କୃଷି ଅଧିକାରୀ। ବିଶ୍ଵସ୍ଥ ସୂତ୍ର ରୁ ପ୍ରକାଶ ଯେ ପଞ୍ଜିକରଣ କାର୍ଡ ନ ଥିବା ଚାଷୀ ଙ୍କୁ ମୁଗ ବିହନ, ଓ ବିରି ବିହନ ବଣ୍ଟନ କରିଛନ୍ତି। ପ୍ରକୃତ ଚାଷୀ ଟି ମୁଗ ବିରି ପାଇ ପାରୁ ନାହିଁ। ଏଭଳି ପରିସ୍ଥିତି ଲାଗି ରହିଲେ ସରକାର ଙ୍କ କୃଷି ବିଭାଗ ବଦନାମ ହେବାର ସମ୍ଭାବନା ବହୁତ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ସେମନେ ଅଭିଯୋଗ କରିଛନ୍ତି ଯେ ଯଦି ସରକାର ଚାଷୀ ମାନଙ୍କ କଥା ନ ଶୁଣିବେ, ତେବେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଭଦ୍ରକ ଜିଲ୍ଲାରେ ମୁଗ, ବିରି ବଣ୍ଟନ ରେ ବ୍ୟାପକ ଅନିୟମିତତା
|
February 9, 2026 |



