ଭଦ୍ରକ ଜିଲ୍ଲାରେ ଧାନ ଉଠାଣ କୁ ନେଇ ସମବାୟ ସମିତି ମାନଙ୍କ ରେ ଚାଷୀ ମାନେ କରିବେ ଆନ୍ଦୋଳନ।

Spread the love

ଭଦ୍ରକ ୧୪/୨/୨୬ (ସନ୍ଧାନ ନ୍ୟୁଜ) :ଭଦ୍ରକ  ଜିଲ୍ଲାରେ ବିଭିନ୍ନ ସମବାୟ ସମିତି ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ି ରହିଛି।ମିଲ ମାଲିକ ମାନେ ଧାନ ସମବାୟ ସମିତି ରୁ ଉଠାଇବାର ନାଁ ଧରୁ ନାହାଁନ୍ତି। ଭଦ୍ରକ ଯୋଗାଣ ବିଭାଗ ଅଧିକାରୀ ପଟ୍ଟନାୟକ ବାବୁ ଜିଲ୍ଲା ର ବିଭିନ୍ନ ସମବାୟ ସମିତି କୁ ଯାଇ ଅଳ୍ପ ଦିନ ଭିତରେ ସବୁ ସମସ୍ୟା ଦୂର କରିବାକୁ ଚେଷ୍ଠା କରିବି ବୋଲି କହିଛନ୍ତି। ଏପଟେ ଜିଲ୍ଲାପାଳ ମିଲ ମାଲିକ ମାନଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଛି। ଏ ପର୍ଯ୍ୟନ୍ତ କୌଣସି ସମାଧାନ ର ସୂତ୍ର ବାହାରି ନାହିଁ। ଏପରି ଅବସ୍ଥା ଜାରି ରହିଲେ ଚାଷୀ ମାନଙ୍କ ଧାନ ତାଙ୍କ ଘରେ ରହିଯିବ। ଶେଷ ରେ ଚାଷୀ ଟି ଋଣ ଆଣିଥିବା ଟଙ୍କା ସୁଝି ନପାରି ଆତ୍ମହତ୍ୟା କରିବ। ପାଳିଆ ବିନ୍ଧା ସମବାୟ ସମିତି, ମାଧ ପୁର ସମବାୟ ସମିତି, ଅମୃତ ପୁର ସେବା ସମବାୟ ସମିତି, ପାଳିଆ ବିନ୍ଧା ମହିଳା ସଂଘ, ଗୋପୀନାଥ ପୁର ସେବା ସମବାୟ ସମିତି ଏଭଳି ଅନେକ ସମବାୟ ସମିତି ରେ ଗଚ୍ଛିତ ଧାନ କୁ ଶୀଘ୍ର ସରକାର ନ କିଣିଲେ ଭଦ୍ରକ ଜିଲ୍ଲାରେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment