ଯାଜପୁର ସଦର,୨୨ା୦୭(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବଡ଼ବାଲିକୁଦା ପଂଚାୟତ ସମିତି ସଭ୍ୟ ବିନୋଦ ବିହାରୀ ଜେନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ବିନୋଦ ବିହାରୀଙ୍କ ବାସଭବନ ବଡ଼ବାଲିକୁକଦାରେ ପହଁଞ୍ôଚବା ସହିତ ମୃତ ବିନୋଦର ପରବାରକୁ ସମବେଦନା ଜଣାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼ବାଲିକୁଦା ପଂଚାୟତର ବିଜେପି ସମିତି ସଭ୍ୟ ବିନୋଦ ବିହାରୀ ଜେନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥି ବଡ଼ବାଲିକୁଦାରେ ପହଁଞ୍ôଚ ଦୁଃଖ ପ୍ରକାଶ କରିବା ସହିତ ବିନୋଦର ବିଧବା ପତ୍ନୀଙ୍କୁ ସମବେଦନା ଜଣାଇଥିଲେ । ଏବଂ ସରକାରୀ ସହାୟତା ମୃତକଙ୍କ ପରିବାରକୁ ଯୋଗାଇ ଦେବାଲାଗି ପ୍ରତିଶୃତି ଦେଇଥିଲେ । ବଡ଼ବାଲିକୁଦା ପଂଚାୟତର ସରପଂଚ ଗଗନ ବିହାରୀ ସ୍ୱାଇଁ ବିଧାୟକଙ୍କ ସହିତ ମୃତ ବିନୋଦର ପରିବାରକୁ ଭେଟିବା ପାଇଁ ଶ୍ରୀ ସ୍ୱାଇଁ ଯାଇଥିବା ବେଳେ, ପଂଚାୟତ ତରଫରୁ ସରକାରୀ ସହାୟତା ଦେବାଲାଗି ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିଲେ । ବିଧଅୟକଙ୍କ ସହିତ ଯାଜପୁର ଜିଲ୍ଲା ଶିକ୍ଷା କମିଟିର ଅଧ୍ୟକ୍ଷ ଅରବିନ୍ଦ ସାମଲ ଯୋଗଦେଇଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟ ବିପିନ ବିହାରୀ ଜେନା ଯୋଗଦାନ କରିଥିଲେ । ସେହିପରି ବିଜେଡିର ନେତା ପଂଚାନନ ଧଳ, ନିରଞ୍ଜନ ସେନାପତି, ଖଗେଶ୍ୱର ବରଳ, ସାରଦା ପ୍ରଶନ୍ନ ମହାନ୍ତି ଯୋଗଦେଇଥିଲେ ।
ବଡ଼ଚଣା ବିଧାୟକ ମୃତ ସମିତି ସଭ୍ୟଙ୍କ ପରିବାରକୁ ଦେଲେ ସମବେଦନା
|
July 23, 2021 |


