ବଡ଼ଚଣା,୨୧/୧(ସନ୍ଧାନ ନିୟୁଜ/ମାନସ ରାଉତ)-ବଡ଼ଚଣା ବ୍ଳକ୍ରେ ରବିବାର ଦିନ ଦ୍ୱିତୀୟ ପ୍ରର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ କେତେକ ପଞ୍ଚାୟତ ଲୋକମାନଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନର ଉତ୍ତରକୁ ସଠିକ ଭାବରେ ଦେଇନପାରିବା ଓ ବିଭିନ୍ନ ଅନିୟମିତତା କାର୍ଯ୍ୟ ପାଇଁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହି ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ା ପଞ୍ଚାୟରେ ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ରାସନକାର୍ଡ଼ ହିତାଧିକାରୀଙ୍କୁ ଏଲିଡ଼ି ବଲବ୍ ବଣ୍ଟନ, ମିଶନଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରତ୍ସାହନ ରାଶି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିରେ ଅଳ୍ପ କିଛି ହିତାଧିକାରୀଙ୍କୁ ବଲବ୍ ଓ ଆର୍ଥିକ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିବା ବେଳେ ଉପସ୍ଥିତ ଅନ୍ୟ ବହୁ ହିତାଧିକାରୀ ଏହି ଯୋଜନାର ପ୍ରାପ୍ୟ ନପାଇ ନିରାଶ ହୋଇ ଫେରିଥିଲେ । କିନ୍ତୁ ପୂର୍ବ ମାସ ପିଠା ଯୋଜନା ୨୦ ତାରିଖରେ କରାଯାଇଥିବାରେ ସେହିଦିନ ଭତା ହିତାଧିକାରୀମାନଙ୍କୁ ସେମାନଙ୍କ ମାସିକ ଟଙ୍କା ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ବହୁ ବୟଷ୍କ ବୃଦ୍ଧ, ବୃଦ୍ଧା ଓ ବିକଳାଙ୍ଗମାନେ ଏହି କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଧରି ଉପସ୍ଥିତ ରହିଥିଲେ ବି ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇ ନଥିଲା । ପୁର୍ନବାର ମାସର ୧୫ ତାରିଖରେ ଭତ୍ତା ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ସରକାରୀ ନୟମ ରହିଥିଲା ବେଳେ ଚଳିତ ମାସ ୨୦ ତାରିଖରେ ଭତା ହିତାଧିକାରୀଙ୍କୁ ସେଠାକୁ ଡ଼କାଯାଇଥିଲେ ବି ବହୁ ଲୋକ ନିରାଶ ହୋଇ ଫେରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପାଇଁ ପ୍ରତ୍ୟେକ ଗ୍ରୃଫ୍ ଠାରୁ ୧୫୦୦ ଟଙ୍କା ଲେଖାଏ ଆଦାୟ କରାଯାଉଥିବା ସେଠାରେ ଅଭିଯୋଗ ହୋଇଥିଲା । ଏଥି ନେଇ ସେଠାରେ କିଛି ସମୟ ବାକ ବିତଣ୍ଡା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ସିହା ଗ୍ରାମପଞ୍ଚାୟତର ଦ୍ୱିତୀୟ ଦଫା ପିଠା କାର୍ଯ୍ୟକ୍ରମ ଗଣ୍ଡଗୋଳ କାରଣରୁ ବାତିଲ ହୋଇଯାଇଛି । ଗତମାସରେ ପ୍ରଥମ ଦଫା ଏହି କାର୍ଯ୍ୟକ୍ରମରେ କୌଣସି ଅଧିକାରୀ ଆସି ନଥିବାରୁ ସେଠାକାର ଲୋକମାନେ ଦୀର୍ଘ ସମୟ ଅପେକ୍ଷା ପରେ ବାତିଲ କରାଯାଇଥିଲା । ଦ୍ୱିତୀୟ ଦଫା କାର୍ଯ୍ୟକ୍ରମରେ ପଞ୍ଚାୟତ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯିବା ସହ ପିଠା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ୍ର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ , କନିଷ୍ଠ ଯନ୍ତ୍ରୀ , ମିଶନ ଶକ୍ତିର ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ଯୋଗ ଦାନ କରିଥିଲେ । ସଭା ଆରମ୍ଭ ହେବା ପରେ ପଞ୍ଚାୟତର କେତେକ ଯୁବକ ଓ ମହିଳା ପୀଠା କାର୍ଯ୍ୟକ୍ରମ କଣ ବୋଲି ଜାଣିବା ପାଇଁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପଞ୍ଚାୟତ ଅଧିକାରୀ କହିଥିଲେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସୂଚନା ପ୍ରଦାନ କରିବା ଓ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ଏହାର ଲକ୍ଷ୍ୟ । ଏଥିରେ ଉପସ୍ଥିତ କିଛି ଯୁବକ ପାଲଟା ପ୍ରଶ୍ନ କରି କହିଥିଲେ ଆମ ପଞ୍ଚାୟତରେ କୌଣସି ବିକାଶ ମୂଳକ କାର୍ଯ୍ୟ ହେଉ ନାହିଁ । ତେଣୁ କରି ଏହି କାର୍ଯ୍ୟକ୍ରମ ବାତିଲ କରାଯାଉ । ଏଠାରେ ବହୁ ଗରିବ ଶ୍ରେଣୀୟ ଲୋକଙ୍କୁ ରାସନକାର୍ଡ଼, ଆବାସ ଯୋଜନା ମିଳିନଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଦୀର୍ଘ ଦିନ ଧରି ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ । ପ୍ରଥମେ ଏହାର ସମାଧାନ କରାଯାଉ ତା ପରେ ପିଠା କାର୍ଯ୍ୟକ୍ରମ ହେବ । ଏହା ପରେ କିଛି ହିତାଧିକାରୀଙ୍କ ଘରକୁ ପଞ୍ଚାୟତ ଅଧିକାରୀଙ୍କୁ ନେଇ ଦେଖାଇବା ସହ ଏହା କାହିଁକି ହୋଇ ନାହଁ ବୋଲି ତାଙ୍କ ଠାରୁ ଉତ୍ତର ଚାହିଁଥିଲେ । ଏ ସମ୍ପର୍କରେ ବି.ଡ଼ି.ଓଙ୍କ ସହ ଆଲୋଚନା କରି ଏହାର ସମାଧାନ ବାଟ ବାହାର କରାଯିବ କହି ସେଠାରୁ ଚାଲି ଆସିଥିଲେ । ଏ ସମ୍ପର୍କରେ ବି.ଡ଼ି.ଓ ଙ୍କୁ ପଚାରିବାରୁ ସେ କହିଥିଲେ ପ୍ରଥମ କାର୍ଯ୍ୟକ୍ରମରେ ସରକାରଙ୍କ କୌଣସି ଅଧିକାରୀ ଯାଇନଥିଲେ ସେଥି ପାଇଁ ବାତିଲ କରାଯାଇଥିଲା । କିନ୍ତୁ ଏଥର ୩ ଜଣ ସରକାରୀ ଅଧିକାରୀ ଯୋଗ ଦେଇଥିଲେ ବୋଲି ଉଦେଶ୍ୟମୂଳକ ଭାବେ ଏହାକୁ କିଛି ନିଦ୍ଧିଷ୍ଟ ଲୋକ କରାଇ ଦେଉ ନାହାଁନ୍ତି । ସରପଞ୍ଚଙ୍କ ମତାମତ ନଦେବାରୁ ସେ କହିଥିଲେ ବ୍ଳକ୍ର ନିଦେ୍ର୍ଦଶ କ୍ରମେ ଆମେ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କରିଥିଲୁ କିନ୍ତୁ କିଛି ଲୋକଙ୍କର ଅସନ୍ତୋଷ ସେମାନଙ୍କ ସମସ୍ୟା ସମାଧାନ ହେଉନଥିବାରୁ ତାଙ୍କ କାର୍ଯ୍ୟ କରିବା ପାଇଁ ଜିଦ୍ ଧରି ବସିଥିଲେ ।
ବଡ଼ଚଣା ପିଠା କାର୍ଯ୍ୟକ୍ରମରେ କଳି: ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଅଧାରୁ ଫେରିଲେ ଅଧିକାରୀ
|
January 22, 2019 |
